20.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଡୋକଲାମରେ ପୁଣି ଚୀନର ଅନୁପ୍ରବେଶ

ଡୋକଲାମରେ ପୁଣି ଚୀନର ଅନୁପ୍ରବେଶ

ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଭୁଟାନକୁ ଦୁଇ ଦିବସୀୟ ଯାତ୍ରା ଆରମ୍ଭ କରିଛନ୍ତି। ସେନା ମୁଖ୍ୟଙ୍କର ଭୁଟାନ ଗସ୍ତ ଏମିତି ସମୟରେ ହେଉଛି ,ଯେବେ ଚୀନ୍ ପୁଣି ଥରେ ଡୋକଲାମ ଅଞ୍ଚଳରେ ନିଜର ଭିତ୍ତିଭୂମିକୁ ବଢ଼ାଇ ଚାଲିଛି। ଖବର ଅନୁସାରେ, ଚୀନ୍ ଭୁଟାନ ପାର୍ଶ୍ୱରେ ଡୋକଲାମା ଅଞ୍ଚଳର ପୂର୍ବରେ ଏକ ଚାଇନା ଗାଁ ନିର୍ମାଣ କରିଛି । ଏହା ଏକ ଏମିତି ଅଞ୍ଚଳ ଯାହାକୁ ଭାରତର ରଣନୀତିକ ହିତ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି ମନେକରାଯାଏ। ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବେ ନୂଆ ସାଟେଲାଇଟ୍ ଫଟୋରେ ଚୀନକୁ ଭୁଟାନ ପକ୍ଷରୁ ଡୋକଲାମ ଅଞ୍ଚଳର ପୂର୍ବରେ ଏକ ଗାଁ ନିର୍ମାଣ କରିବାର ନଜର ଆସିଥିଲା । ଏହି କ୍ଷେତ୍ର ଭାରତର ରଣନୀତିକ ହିତ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଫଟୋ ସାମ୍ନାକୁ ଆସିବା ପରେ ବିଦେଶ ମନ୍ତ୍ରାଳୟ କହିଛି କି , ଭାରତ ରାଷ୍ଟ୍ରୀୟ ସୁରକ୍ଷା ସମ୍ୱନ୍ଧିତ ସବୁ ଘଟଣାକ୍ରମ ଉପରେ ଲଗାତାର ନଜର ରଖିଛି ଏବଂ ନିଜର ହିତର ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଉଠାଉଛି । ଉଲ୍ଲେଖନୀୟ ଯେ, ଗତବର୍ଷ ଅକ୍ଟୋବରରେ ଭୁଟାନ ଓ ଚୀନ୍ ନିଜର ସୀମା ବିବାଦକୁ ସମାଧାନ କରିବା ପାଇଁ କଥାବାର୍ତ୍ତାକୁ ଗତିଶୀଳ କରିଛି । ଏନେଇ ତ୍ରିସ୍ତରୀୟ ଟେମ୍ପଲେଟ୍ କୁ ନେଇ ଏକ ବୁଝାମଣା ଉପରେ ହସ୍ତାକ୍ଷର କରିଛି । ଭୁଟାନ, ଚୀନ୍ସହ ୪୦୦ କିଲୋମିଟରରୁ ଅଧିକ ଦୀର୍ଘ ସୀମା ସେୟାର କରୁଛି । ଉଭୟ ଦେଶ ବିବାଦକୁ ହ୍ରାସ କରିବା ପାଇଁ ୨୪ ରାଉଣ୍ଡ ସୀମା କଥାବାର୍ତ୍ତା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking