ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ବାବୁବନ୍ଧରେ ଘଟିଛି ସଶସ୍ତ୍ର ଡକାୟତି। ୮ ଜଣ ଡକାୟତ ବନ୍ଧୁକ ମୁନରେ ମିଲ୍ ମାଲିକଙ୍କ ଘରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା। ତେବେ ସୂଚନା ଅନୁଯାୟୀ, ଜଣେ ମିଲ୍ ମାଲିକଙ୍କ ଘରେ ପଶି ସଶସ୍ତ୍ର ଡକାୟତି ହୋଇଛି । ଘରେ ପଶି ସଶସ୍ତ୍ର ଡକାୟତି କଲେ ୮ ମୁଖାପିନ୍ଧା ଦୁର୍ବୃତ୍ତ । ୨୦୦ ଗ୍ରାମ ସୁନା ଅଳଙ୍କାର ସହ ଲକ୍ଷେ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ । ଘଟଣା ଜଣାପଡ଼ିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାରର ଅଭିଯୋଗ ଅନୁଯାୟୀ ଛାନଭିନ ଚଳାଇଛି ପୋଲିସ ।