18.1 C
Bhubaneswar
Saturday, November 23, 2024
Homeମନୋରଞ୍ଜନଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ମୋଷ୍ଟ ଷ୍ଟାଇଲିସ୍‌ କପଲ ଆଓ୍ଵାର୍ଡ

ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ମୋଷ୍ଟ ଷ୍ଟାଇଲିସ୍‌ କପଲ ଆଓ୍ଵାର୍ଡ

ମୁମ୍ବାଇ : ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ଇଣ୍ଡିଆଜ୍‌ ମୋଷ୍ଟ ଷ୍ଟାଇଲିସ୍‌ ଆଓ୍ଵାର୍ଡ ୨୦୨୨। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏଚ୍‌ଡି ଇଣ୍ଡିଆଜ୍‌ ମୋଷ୍ଟ ଷ୍ଟାଇଲିସ୍‌ ଆଓ୍ଵାର୍ଡସ୍‌ ୨୦୨୨ରେ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ସମ୍ମାନିତ କରାଯାଇଛି। ଏହି ବିଜୟ ପରେ କପଲ ଷ୍ଟେଜ୍‌କୁ ଆସି ପରସ୍ପରକୁ ଖୁବ୍‌ ପ୍ରଶଂସା କରିଥିଲେ। ମଲାଇକା କହିଥିଲେ, ଅର୍ଜୁନ୍‌ ତାଙ୍କ ଠାରୁ ଧନ୍ୟବାଦ ଶୁଣିବାକୁ ଅପେକ୍ଷା କରିଛନ୍ତି। କିନ୍ତୁ ଏହାର ଜବାବରେ ଅର୍ଜୁନ୍‌ କପୁର କହିଥିଲେ ଯେ ନା’ ମୁଁ ପ୍ରକୃତରେ ତୁମକୁ କହିବାକୁ ଚାହୁଁଛି ଥ୍ୟାଙ୍କ୍‌ ୟୁ ବେବି, ତୁମ ପାଇଁ ଏ ଲୋକମାନେ ମୋତେ ଷ୍ଟାଇଲିସ୍‌ କହିଲେ।

ମଲାଇକା କହିଥିଲେ, ମୋତେ ଲାଗୁଛି ଯେ ଆମେ ଦୁହେଁ ପରସ୍ପରକୁ କମ୍ପ୍ଲିଟ୍‌ କରୁଛୁ। ସମସ୍ତେ ଆମକୁ କହୁଛନ୍ତି, ଆମେ ପରସ୍ପରକୁ ମ୍ୟାଚ୍‌ କରୁଛୁ। କିନ୍ତୁ ଏହା ଜମା ଭାବିଚିନ୍ତି କରାଯାଇ ନାହିଁ। ଏହା ପରେ ଅର୍ଜୁନ୍‌ କପୁର ନିଜ ଗାର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ଉପରେ ପ୍ରେମ ବର୍ଷା କରିଥିଲେ। ସେ କହିଥିଲେ- ମୋତେ ଷ୍ଟାଇଲିସ୍‌ ବନାଇଥିବାରୁ ଧନ୍ୟବାଦ। ମୁଁ ଆଜି ତାଙ୍କ ସହ ଠିଆ ହୋଇଛି ଓ ପୁରସ୍କାର ଜିତୁଛି। କିନ୍ତୁ ସବୁଠୁ ଜରୁରୀ କଥା ହେଉଛି ମୁଁ ତାଙ୍କ ସହ ବେଶ୍‌ ଖୁସି ଅଛି। କାରଣ ମୋତେ ଲାଗୁଛି ଯେ ସେ ମୋତେ ଷ୍ଟାଇଲିସ୍‌ କରୁଛନ୍ତି। ସେ ମୋତେ ଜଣେ ଭଲ ମଣିଷ ହେବାରେ ସାହାଯ୍ୟ କରିଛନ୍ତି। ଏଣୁ ଥ୍ୟାଙ୍କ୍‌ ୟୁ, ମୁଁ ବିଶ୍ୱାସ ବି କରିପାରୁନି ଯେ ମୁଁ ବେଶ୍‌ ଷ୍ଟାଇଲିସ୍‌।

ସୂଚନାଯୋଗ୍ୟ ଯେ ବଲିଉଡ୍‌ ଡିବା ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁରଙ୍କ ସହ ଏକ ଆଓ୍ଵାର୍ଡ ପ୍ରୋଗ୍ରାମରେ ସାମିଲ ହୋଇଥିଲେ। ଏ ଅବସରରେ ଏହି କପଲ ବେଶ୍‌ ପୋଜ୍‌ ଦେଇଥିଲେ। ଉଭୟେ ପରସ୍ପର ସହ ଖୁବ୍‌ ଖୁସି ବି ଲାଗୁଥିଲେ। ଏହି ପ୍ରୋଗ୍ରାମରେ ମଲାଇକା ଆରୋରା ବ୍ଲୁ ଫର୍ମାଲ ଡ୍ରେସ୍‌ ପିନ୍ଧିଥିବା ବେଳେ ଅର୍ଜୁନ କପୁର ମଧ୍ୟ ଗାର୍ଲଫ୍ରେଣ୍ଡ୍‌ଙ୍କ ସହ ଟ୍ଵିନିଂ କରୁଥିବାର ନଜର ଆସିଥିଲେ।

ପ୍ରକାଶ ଯେ କିଛି ଦିନ ତଳେ ଅର୍ଜୁନ କପୁରଙ୍କ ଜନ୍ମ ଦିନ ପାଳନ କରିବାକୁ ଉଭୟେ ପ୍ୟାରିସ୍‌ ଯାଇଥିଲେ। ଅର୍ଜୁନ କପୁର ଓ ମଲାଇକା ଆରୋରା ପ୍ରାୟତଃ ନିଜ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking