31.1 C
Bhubaneswar
Friday, October 18, 2024
Homeଓଡିଶାଇଡିରେ ଅର୍ଚ୍ଚନା ମାମଲା: ତଦନ୍ତରେ ପରବର୍ତ୍ତନ, ଫୋକସରେ ପ୍ରମୋଦ ବ୍ଲାକ୍‌ମେଲିଂ ମାମଲା

ଇଡିରେ ଅର୍ଚ୍ଚନା ମାମଲା: ତଦନ୍ତରେ ପରବର୍ତ୍ତନ, ଫୋକସରେ ପ୍ରମୋଦ ବ୍ଲାକ୍‌ମେଲିଂ ମାମଲା

ଭୁବନେଶ୍ୱର: ଅର୍ଚ୍ଚନାକୁ ମୁଁ ଜାଣିଛି । ତାଙ୍କ ସ୍ୱାମୀ ଜଗବନ୍ଧୁକୁ ବି ଜାଣିଛି । ସିନେ ପ୍ରଯୋଜକ ପ୍ରମୋଦ ମାମଲାରେ ସେ ଜଣେ ପିଢିତା ଥିଲେ । ଇଡି କାର୍ଯ୍ୟାଳୟରେ ଦ୍ୱିତୀୟ ଥର ଲାଗି ହାଜର ହୋଇ ଅଶୋକ ନଗରସ୍ଥିତ ତାଜ ଓଡିଶା ହୋଟେଲର ମାଲିକ ଶିବ ପ୍ରସାଦ ଦାସ ଗଣମାଧ୍ୟମକୁ ଏଭଳି ବୟାନ ଦେଇଛନ୍ତି । ଅର୍ଚ୍ଚନାଙ୍କୁ ସାରା ରାଜ୍ୟ ଏବେ ଜଣେ ହନିଟ୍ରାପ୍ କୁଇନ୍ ଏବଂ ଲେଡି ବ୍ଲାକ୍ ମେଲର ବୋଲି ଜାଣିଥିଲା ବେଳେ ଶିବ ତାଙ୍କୁ କେବଳ ଜଣେ ପିଡିତା ଭାବେ ଜାଣିଛନ୍ତି । ଏଥିରୁ ଶିବ ପ୍ରସାଦଙ୍କର ଅର୍ଚ୍ଚନା ପ୍ରତି ଥିବା ଦରଦ ସ୍ପଷ୍ଟ ବାରି ହେଉଛି । ଶିବ ପ୍ରସାଦ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ତାଙ୍କୁ ଇଡି ଅଧିକାରୀମାନେ ଦୀର୍ଘ ସମୟ ଧରି ମାରାଥନ ଜେରା କରିଛନ୍ତି । ତେବେ ଜେରା ପୂର୍ବରୁ ଶିବ ପ୍ରସାଦ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭାଇ , ପୁଅ, ପୁତୁରା ବୋଲି ସମ୍ବୋଧନ କରିଥିଲେ । ଅର୍ଚ୍ଚନାଙ୍କ ସହ ଟଙ୍କା କାରବାରକୁ ମନା କରିଥିଲେ । ହୋଟେଲରେ ହେଉଥିବା ବ୍ଲାକମେଲିଂ ଡିଲ୍‌କୁ ନେଇ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏଭଳି ଖବରକୁ ପ୍ରକାଶିତ ନ କରିବାକୁ ଅନୁରୋଧ କରିଥିଲେ । ସେ ଜଣେ ଉଚ୍ଚଶିକ୍ଷୀତ । ତାଙ୍କର ସମାଜରେ ପ୍ରତିିଷ୍ଠା ରହିଛି । ଏଭଳି ଖବର ଦ୍ୱାରା ତାଙ୍କ ସାଙ୍ଗସାଥି ଏବଂ ପରିବାରିକ ଜୀବନରେ ପ୍ରଭାବ ପକାଇଛି । ଅର୍ଚ୍ଚନାଙ୍କ ସହ ତାଙ୍କର କଣ ଲିଙ୍କ ରହିଛି ବୋଲି ପଚାରିବାରୁ ସେ ଅର୍ଚ୍ଚନାଙ୍କୁ ଜାଣିଛନ୍ତି ହେଲେ ଶ୍ରଦ୍ଧାଞ୍ଜଳି କିମ୍ବା ଖଗେଶ୍ୱରକୁ ଜାଣି ନାହାନ୍ତି ବୋଲି ସଫେଇ ଦେଇଥିଲେ ।

ତେବେ ଏଠାରେ ପ୍ରଶ୍ନଉଠୁଛି ଶିବ ପ୍ରସାଦ ଇଡିରେ ହାଜର ହେବା ପୂର୍ବରୁ କଣ ପାଇଁ ପ୍ରମୋଦ ସ୍ୱାଇଁ ବିରୋଧରେ ହେରାଇଥିବା ମହିଳା ଥାନା ମାମଲା ଉଠାଉଛନ୍ତି । ସେ କଣ ସେହି ମାମଲାରୁ ହିଁ ଅର୍ଚ୍ଚନାଙ୍କୁ ଜାଣିଛନ୍ତି । ନା ଏହା ପୂର୍ବରୁ ଜାଣିଛନ୍ତି । ଯଦି ଜାଣିଛନ୍ତି ତାଙ୍କ ଭିତରେ କି ସମ୍ପର୍କ ଥିଲା । ପ୍ରମୋଦ ସ୍ୱାଇଁ, ଅର୍ଚ୍ଚନା ଏବଂ ଶିବ ପ୍ରସାଦଙ୍କର କଣ କିଛି ଟ୍ରାଙ୍ଗୁଲାର କନେକ୍ସନ ରହିଛି କି । ଏହା ଇଡି ତଦନ୍ତର ପରିବର୍ତ୍ତିତ ଦିଗ ପ୍ରତି ଇଙ୍ଗିତ କରୁଛି । ଏଥିରୁ ଇଡି ତାହାର ଗେମ୍‌ପ୍ଲାନ୍‌ରେ ପରିବର୍ତ୍ତନ ଆଣିଥିବା ଚର୍ଚ୍ଚା ଯୋର ଧରୁଛି । ବହୁ ବର୍ଷ ପୁରୁଣା ପ୍ରାମୋଦ ସ୍ୱାଇଁ ବ୍ଲାକ୍‌ମେଲିଂ ମାମଲ ଏବେ ଇଡିର ଫୋକସରେ । ଇଡି ୧୫ ଜଣଙ୍କୁ ନୋଟିସ ଜାରିି କରିଥିଲା । ଯେଉଁଥିରେ ପ୍ରମୋଦ ଏବଂ ଶିବ ପ୍ରସାଦଙ୍କ ନା ରହିଥିଲା । ସେମାନଙ୍କୁ ଏପର୍ଯ୍ୟନ୍ତ ଦୁଇ ଦୁଇ ଥର ଜେରା ହେଲାଣି । ତାହା ପୁଣି ଘଣ୍ଟା ଘଣ୍ଟା ଧରି ଜେରା । ଅନ୍ୟପକ୍ଷରେ ଇଡିରେ ପ୍ରମୋଦ ହାଜର ହେବା ପର ଠାରୁ ଶ୍ରଦ୍ଧାଞ୍ଜଳି ଗାଏବ୍ । ସେ ଆଉ ଇଡି ନୋଟିସକୁ ସମ୍ନାନ ଦେଉ ନାହାନ୍ତି । ପୂର୍ବରୁ ଇଡି ନୋଟିସ ପାଇ ସେ ୨ ଥର ହାଜର ହୋଇଥିଲେ । ହେଲେ ପ୍ରମୋଦ ଇଡିରେ ହାଜର ହୋଇ ବୟାନ ରଖିବା ପରେ ଶ୍ରଦ୍ଧାଞ୍ଜଳୀଙ୍କର ଆଉ ଦେଖାନାହିଁ ।

ଶ୍ରଦ୍ଧାଞ୍ଜଳୀଙ୍କ ଇଡିରେ ହାଜର ନ ହେବା ହେବା ଦର୍ଶାଉଛି ପ୍ରମୋଦ ସ୍ୱାଇଁ ବ୍ଲାକମେଲିଂ ମାମଲାର ତଦନ୍ତ ଏବେ ଜୋର ଧରିଲାଣି । ସେଥିରେ ଶ୍ରଦ୍ଧାଞ୍ଜଳି ଆଉ ନିଜକୁ ପିଢିତା କହିପାରିବ ନାହିଁ । କାରଣ ପ୍ରମୋଦଙ୍କୁ ଅର୍ଚ୍ଚନା ଏବଂ ଶ୍ରଦ୍ଧା ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ହୋଇଥିଲା । ଯେଉଁ ପୁରୁଣା ଫର୍ଦ୍ଧ ସେ ସମୟରେ ରଫା ଦଫା ହୋଇଥିଲା ତାହାକୁ ଇଡି ଏବେ ଖେଲିବାରେ ଲାଗିଛି । ଏଠାରେ ସୂଚନାଯୋଗ୍ୟ ପ୍ରମୋଦଙ୍କ ଅଭିଯୋଗ ଅନୁଯାୟୀ ବୈଭବ ଇଷ୍ଟେଟରେ ତାଙ୍କର ଘର ଥିଲା । ତାହାକୁ ସେ ଭଡା ସୁତ୍ରରେ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଚଳୀଙ୍କୁ ଦେଇଥିଲେ । ୨ ମାସ ପର୍ଯ୍ୟନ୍ତ ଉଭୟ ଠିକ୍‌ଠାକ୍ ଭଡା ଦେଇଥିଲେ । ହେଲେ ଏହା ପର ଠାରୁ ଆଉ ଭଡା ଦେଇ ନ ଥିଲେ । ଭବିଷ୍ୟତରେ କେବେ ବି ଭଡା ଦେବେ ନାହିଁ ବୋଲି କହିଥିଲେ । ଓଲଟା ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଘଟଣା ସତକୁ ସତ ଥାନାକୁ ଯାଇଥିଲା । ପ୍ରମୋଦଙ୍କ ଏତଲାର କିଛିଦିନ ପରେ ମହିଳା ଥାନାରେ ଅର୍ଚ୍ଚନା ଘର ମାଲିକ ତଥା ସିନେ ପ୍ରଜୋଯକ ପ୍ରମୋଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଅର୍ଚ୍ଚନାଙ୍କ ଅଭିଯୋଗ ଅନୁଯାୟୀ ପ୍ରମୋଦ ତାଙ୍କୁ ସିନେମାରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତେ । ଅର୍ଚ୍ଚନା ମହାଦେବ ଫିଲ୍ମର ଜଣେ ସଦସ୍ୟ ହୋଇଥିବାରୁ ସେ ତାଙ୍କୁ ମାସିକ ୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେବାକୁ କହି ଦେଇ ନ ଥିଲେ । ପ୍ରମୋଦ କୁଆଡେ ଅର୍ଚ୍ଚନାଙ୍କୁ ତାଙ୍କ ଆଇଁଗିଣିଆ ସ୍ଥିତ ବାସଭବନକୁ ଡକାଇଥିଲେ । ଅର୍ଚ୍ଚନାଙ୍କୁ ଚାହା ଅଫର କରିଥିଲେ । ହେଲେ ଉକ୍ତ ଚାହାରେ କିଛି ନିଶାଦ୍ରବ୍ୟ ମିଶା ଯାଇଥିଲା । ଯାହାକୁ ପିଇବା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଏହି ଅବସ୍ଥାରେ ପ୍ରମୋଦ ତାଙ୍କର କିଛି ନଗ୍ନ ଫଟୋ ଉତ୍ତୋଳନ କରିଥିଲେ । ପରେ ଫଟୋଗୁଡାକ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଅର୍ଚ୍ଚନା ଯେତେବେଳେ ୭ ମାସ ଗର୍ଭବତୀ ଥିଲେ ପ୍ରମୋଦ ତାଙ୍କୁ ସେ ସମୟରେ ଶାରୀରିକ ସଂମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଅନ୍ୟପକ୍ଷରେ ଜାଗୁଆର କାର ଡିଲରେ ଗାଡିସୋରୁମ୍‌ର ଅଧିକାରୀ ଆଜି ଇଡିରେ ହାଜର ହୋଇଛନ୍ତି । ସେ ହେଲେ ସନ୍ତୋଷ ନାୟକ । ସନ୍ତୋଷ ଟଙ୍କା କାରବାର ସମ୍ପର୍କୀତ ଦସ୍ତାବିଜ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking