32.1 C
Bhubaneswar
Saturday, October 19, 2024
Homeଓଡିଶାସିଏଫ୍‌ଏସ୍‌ଏଲ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ୍

ସିଏଫ୍‌ଏସ୍‌ଏଲ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ୍

ଭୁବେନଶ୍ୱର: ପୁଲିସ ଜବତ କରିଥିବା ହନିଟ୍ରାପ୍ କ୍ୱିଇନ୍ ଅଚ୍ଚର୍ନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ୩ଟି ମୋବାଇଲକୁ ଯାଞ୍ଚ ପାଇଁ ସେଣ୍ଟ୍ରାଲ ଫରେନ୍‌ସିକ୍ ସାଇନ୍ସ ଲାବ୍ (ସିଏଫ୍‌ଏସ୍‌ଏଲ୍‌)କୁ ପଠାଇବାକୁ ଇଡିଙ୍କ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ମୋବାଇଲଗୁଡ଼ିକୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଦାଖଲ ପାଇଁ କୋର୍ଟ ଖଣ୍ଡଗିରି ପୁଲିସକୁ କହିଛନ୍ତି । ଗିରଫ ବେଳେ ଅଚ୍ଚର୍ନାଙ୍କ ଘରୁ ମୋବାଇଲ୍ ସମେତ ଅନ୍ୟ ଡିଜିଟାଲ ଦସ୍ତାବିଜ୍‌କୁ ଖଣ୍ଡଗିରି ଥାନା ପୁଲିସ ଜବତ କରି ଷ୍ଟେଟ୍ ଫରେନ୍‌ସିକ୍ ସାଇନ୍ସ ଲ୍ୟାବ୍‌(ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଇଥିଲା । ପରବର୍ତ୍ତୀ ସମୟରେ ଇଡି ଏସବୁ ଡିଜିଟାଲ ରିପୋର୍ଟ ପାଇଥିଲେ ମଧ୍ୟ ଏଥିରେ ସେଭଳି କିଛି ପ୍ରମାଣ ନ ଥିବା କୁହାଯାଉଛି । ତେଣୁ ଜବତ ଡିଜିଟାଲ୍ ଦସ୍ତାବିଜ୍‌କୁ ସିଏଫ୍‌ଏସ୍‌ଏଲ୍‌କୁ ପଠାଇବାକୁ ଇଡି କୋର୍ଟରେ ଆବେଦନ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking