ଭୁୁବନେଶ୍ୱର: ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ । କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ପରେ ଘରେ ରହି ସେ ଚିକିତ୍ସିତ ହେଉଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ତେବେ ପ୍ରଥମରୁ ଲକ୍ଷଣ ଜାଣିବା ପରେ ସେ ନିଜର ପରୀକ୍ଷଣ କରିନେଇଥିଲେ ।