19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶ୨୦୨୨ ଏପ୍ରିଲ-ଜୁନ୍ ରିପୋଟ : ଏୟାର ଇଣ୍ଡିଆ ବିରୋଧରେ ୧୦୦୦ ଅଭିଯୋଗ

୨୦୨୨ ଏପ୍ରିଲ-ଜୁନ୍ ରିପୋଟ : ଏୟାର ଇଣ୍ଡିଆ ବିରୋଧରେ ୧୦୦୦ ଅଭିଯୋଗ

ନୂଆଦିଲ୍ଲୀ : ବିଗତ ତିନିମାସ (ଏପ୍ରିଲ-ଜୁନ୍‌) ମଧ୍ୟରେ ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ବିରୋଧରେ ୧୦୦୦ ବିମାନଯାତ୍ରୀ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ କହିଛନ୍ତି । ଅଭିଯୋଗ ମଧ୍ୟରେ ବିମାନ ଭଡା ଫେରସ୍ତ, ଟିକଟ ଅଭାବ, ବୈଧ ଟିକଟ ସତ୍ତ୍ୱେ ଯାତ୍ରା ଅନୁମତି ନମିଳିବା, ଲଗେଜ୍ ହଜିବା ଏବଂ ବିମାନ କର୍ମଚାରୀଙ୍କ ଅଶୋଭନୀୟ ଆଚରଣ ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ ୨୦୨୧ ଅକ୍ଟୋବରରେ ଟାଟା ଗ୍ରୁପ୍‌କୁ ଏୟାର ଇଣ୍ଡିଆର ମାଲିକାନା ସ୍ୱତ୍ୱ ମିଳିଥିବାବେଳେ ଚଳିତବର୍ଷ ଜାନୁଆରୀ ୨୭ରୁ କମ୍ପାନୀ ପରିଚାଳନା ଦାୟିତ୍ୱ ହାତକୁ ନେଇଥିଲା । ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ପକ୍ଷରୁ ଚଳିତବର୍ଷ ମେ’ ଓ ଜୁନ୍‌ରେ ବିଭିନ୍ନ ଏୟାରପୋର୍ଟରେ ଘରୋଇ ଏୟାରଲାଇନ୍ସଗୁଡିକର ଅଡିଟ୍ କରାଯାଇଥିଲା । ତେବେ ଟାଟା ଗ୍ରୁପ୍ ରିପୋର୍ଟ ଦାଖଲ କରିନଥିବାରୁ କମ୍ପାନୀ ଉପରେ ଜୋରିମାନା ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking