ଭୁବନେଶ୍ବର: ଓଡ଼ିଶାରେ ଦୁଇଟି ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟର ଅନୁମୋଦନ ମିଳିଛି। ଏ ସଂକ୍ରାନ୍ତରେ ଶନିବାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ ମଧ୍ୟରେ ରହିଛି ଅନୁଗୋଳ-ତାଳଚେର ରେଳ ଲାଇନ। ତାଳଚେରରୁ ଏହା ୱାଇ କନେକସନ ରହିବ। ଏହି ନୂଆ ରେଳ ଲାଇନର ଦୂରତା ୧୬.୫୦ କିଲୋମିଟର ରହିଛି।
ଦ୍ବିତୀୟଟି ବରଗଡ ରୋଡ଼ଠାରୁ ନୂଆପଡ଼ା ମଧ୍ୟରେ ନୂଆ ରେଳ ଲାଇନ ନିର୍ମାଣ କରାଯିବ। ଏହି ରେଳ ଲାଇନର ଦୂରତା ୧୪୨ କିଲୋମିଟର ରହିଛି। ଏହା ପୂର୍ବତଟ ରେଳପଥ ସମ୍ବଲପୁର ମଣ୍ଡଳ ଅଧୀନରେ ଅନ୍ତର୍ଭୁକ୍ତ ହେବ। କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଓଡ଼ିଶା ଲାଗି ସ୍ୱତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଉକ୍ତ ବିଜ୍ଞପ୍ତି ପୂର୍ବତଟ ରେଳପଥ କାର୍ଯ୍ୟାଳୟକୁ ପ୍ରେରଣ ହୋଇନାହିଁ ବୋଲି ଜଣାପଡ଼ିଛି।