17.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶତରଙ୍ଗା ହିଲ୍‌-ଅମ୍ବାଜୀ-ଅବୁ ରୋଡ୍ ରେଳ ପ୍ରକଳ୍ପକୁ ମଞ୍ଜୁରୀ

ତରଙ୍ଗା ହିଲ୍‌-ଅମ୍ବାଜୀ-ଅବୁ ରୋଡ୍ ରେଳ ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ତରଙ୍ଗା ହିଲ୍‌-ଅମ୍ବାଜୀ-ଅବୁ ରୋଡ୍ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ରେଳପଥ ନିର୍ମାଣ ପାଇଁ ୨୭୯୮.୧୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ୨୦୨୬-୨୭ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହିତ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ମଧ୍ୟ ମିଳିବ ବୋଲି କୁହାଯାଇଛି । ଶ୍ରଦ୍ଧାଳୁମାନେ ଏହି ରେଳପଥ ବ୍ୟବହାର କରି ତରଙ୍ଗା ହିଲ୍‌ସ୍ଥିତ ଅଜିତନାଥ ଜୈନ ମନ୍ଦିର ଓ ଅମ୍ବାଜୀ ମନ୍ଦିର ସୁରୁଖୁରୁରେ ଦର୍ଶନ କରିପାରିବେ । ପୁନଶ୍ଚ ଏହି ରେଳପଥ ଦ୍ୱାରା ଗୁଜରାଟ ଓ ରାଜସ୍ଥାନରେ ମାର୍ବଲ ଓ ଦୁଗ୍ଧଜାତ ସାମଗ୍ରୀର ବ୍ୟବସାୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking