27.1 C
Bhubaneswar
Saturday, October 19, 2024
Homeଓଡିଶାବ୍ୟୟମଞ୍ଜୁରି ବିଲ୍ ଆଜି

ବ୍ୟୟମଞ୍ଜୁରି ବିଲ୍ ଆଜି

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ପୂର୍ବରୁ ଆଗତ କରିଥିବା ୨୦୨୩-୨୪ ଆର୍ଥିକ ବର୍ଷର ୨.୩୦ ଲକ୍ଷ କୋଟିର ସାଧାରଣ ବଜେଟ୍ ପାଇଁ ବ୍ୟୟମଞ୍ଜୁରି ବିଲ୍ ଆଗତ କରିବେ । ଏହି ବିଲ୍ ଗୃହୀତ ହେବାପରେ ଟ୍ରେଜେରୀକୁ ଖର୍ଚ୍ଚ କରିବା ପାଇଁ ମିଳିଯିବ ଚାବି କାଠି । ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୪ ଫେବ୍ରୁଆରୀରେ ଅର୍ଥମନ୍ତ୍ରୀ ନିର୍ବାଚନ-୨୦୨୪କୁ ନଜର ଦେଇ ଏକ ‘ପପୁଲିଷ୍ଟ ବଜେଟ୍‌’ ଉପସ୍ଥାପନ କରିଥିଲେ ।

ବଜେଟ୍‌ରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସୋହନ ମିଳିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ । ଏଥର ମୋଟ୍ ୨୦ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି । ବିଶେଷକରି ବଜେଟ୍‌ରେ ଗରୀବ, ଅବହେଳିତ, ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ସଂପ୍ରଦାୟଙ୍କ ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି ।

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୬,୦୪୮ କୋଟି, ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୩୮,୪୩୭ କୋଟି ଏବଂ ସଡ଼କ,ସେତୁ,ବିମାନବନ୍ଦର ଓ ରେଳପଥ ପାଇଁ ୧୯,୪୫୨ କୋଟି ବ୍ୟୟବରାଦ ହୋଇଛି । ତେବେ ବ୍ୟୟମଞ୍ଜରୀ ବିଧେୟକ ପାରିତ ବେଳେ ଗୃହର ସ୍ଥିତି ନେଇ ଏବେ ଠାରୁ ଆକଳନ କରିବା ସମ୍ଭବ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking