19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ସିଇସି ଓ ଇସିଙ୍କ ନିଯୁକ୍ତି ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ୩ ଜଣିଆ କମିଟିକୁ କ୍ଷମତା

ସୁପ୍ରିମକୋର୍ଟରେ ସିଇସି ଓ ଇସିଙ୍କ ନିଯୁକ୍ତି ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ୩ ଜଣିଆ କମିଟିକୁ କ୍ଷମତା

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି । ଜଷ୍ଟିସ କେ.ଏମ.ଜୋଶେଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ଗୁରୁବାର ଏ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପରବର୍ତ୍ତୀ ଆଇନ ପ୍ରଣୟନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ସଂସଦରେ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ ତିନିଜଣିଆ କମିଟି ସିଇସି ଓ ଇସିଙ୍କୁ ନିଯୁକ୍ତ କରିବେ ବୋଲି ପୀଠ ସ୍ପଷ୍ଟ କରିଛନ୍ତି ।

ଏହି କମିଟି ସେମାନଙ୍କର ସୁପାରିସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ ଯାହାକୁ ଆଧାର କରି ରାଷ୍ଟ୍ରପତି ସିଇସି ଓ ଇସିଙ୍କୁ ନିଯୁକ୍ତ କରିବେ ବୋଲି କୁହାଯାଇଛି । ଯଦି ସଂସଦରେ ବିରୋଧୀ ଦଳର ନେତଭାବେ କାହାରିକୁ ମାନ୍ୟତା ମିଳିନଥାଏ, ତେବେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିରୋଧୀ ଦଳର ନେତାଙ୍କୁ ନିଯୁକ୍ତି କମିଟିରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାୟ ଉପରେ ନିଜର ମତବ୍ୟକ୍ତ କରି ଜଷ୍ଟିସ ଜୋଶେଫ କହିଛନ୍ତି ଯେ ନିର୍ବାଚନ କମିଶନ ହେଉଛି ଏକ ସ୍ୱୟଂଶାସିତ ସଂସ୍ଥା ।

ତେବେ ନିଯୁକ୍ତି ପାଇବାପରେ ସିଇସି କିମ୍ବା ଇସି ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରିବା ଅସାମ୍ବିଧାନିକ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ କଲେଜିୟମ ସିଷ୍ଟମରେ ସିଇସି ଓ ଇସିଙ୍କୁ ନିଯୁକ୍ତ କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଥିବାବେଳେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking