21.1 C
Bhubaneswar
Friday, February 6, 2026
Homeଓଡିଶାମାଓ ନେତା ଓ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ନିବେଦନ

ମାଓ ନେତା ଓ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ନିବେଦନ

ଜଗତ୍‌ସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତେନ୍ତୁଲିବେଲାରୀର ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁ ୧୭ବର୍ଷ ଘରୁ ଯାଇ ମାଓମାଦୀଙ୍କ ସହିତ ସାମିଲ ହୋଇ ରାୟଗଡା ମାଓବାଦୀ ସଂଗଠନର ବନିଥିବା ନେତା ପରିବର୍ତ୍ତର୍ନ ହେବା ପାଇଁ ଚାହିଁଛନ୍ତି। ସଂଗଠନ ଛାଡି ପୁନର୍ବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସରକାରଙ୍କ ନିକଟରେ ସର୍ତମୂଳକ ଚିଠି ଲେଖିଥିବା ଗଣମାଧ୍ୟମରୁ ଜଣାଯାଇଛି। ଯାହାକୁ ନେଇ ନିଖିଲ ଓ ଇନ୍ଦୁଙ୍କ ପରିବାର ଲେକେ ବ୍ୟାକୂଳ ହୋଇ ପଡିଛନ୍ତି। ଏପରିକି ଆଜି ତାଙ୍କ ବୃଦ୍ଧ ବାପା ନରହରୀ, ବୃଦ୍ଧା ବୋଉ ସରସ୍ୱତୀ ଓ ଦାଦା ତ୍ରିଲୋଚନ ଆମ ପ୍ରତିନିଧି ତଥା ଗଣମାଧ୍ୟମ ଜରିଆରେ ପୁଅ ଓ ବୋହୂଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କ ନିକଟରେ ଆକୁଳ ନେବେଦନ ଜଣାଇଛନ୍ତି। ଏପରିକି ସରକାର ବହୁ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କଲେଣି, ସେହିପରି ପୁଅ ଓ ବୋହୂଙ୍କୁ ସାହାର୍ଯ୍ୟ କଲେ, ତାଙ୍କର ଏ ପରିଣତି ବୟଷ ସାର୍ଥକ ଜୀବନ ହେବ। ଘର ନାହିଁ, ଭଙ୍ଗା ଚାଳଛପର ଘରେ ପଡିଛୁ। ଦ୍ୱୟ ଭଲରେ ଘର ବାହୁଡିଲେ, ଘରଟିଏ କରି ସାନ ପୁଅକୁ ବାହାଘର କରି ଶାନ୍ତିରେ ଜୀବନ ଜାପନ କରିବେ। ଆଉ କୌଣସି ପରିସ୍ଥିତିରେ ଦ୍ୱୟଙ୍କୁ ବାହାରକୁ ଜିବାକୁ ଦେବେ ନାହିଁ ବୋଲି ବୃଦ୍ଧ ମାଆ କୋହ ଭରା କଣ୍ଠରେ କହିଛନ୍ତି। ପ୍ରକାଶ, ଜଗତସିଂହପୁର ଜିଲ୍ଲାରେ ଏସ୍‌ପି ଆର.କେ ଶର୍ମ।। ଥିବା ସମୟରେ ଜିଲ୍ଲାର ବାଲିକୁଦାର ତେନ୍ତୁଲିବେଲାରୀ ଓ ଏରସମା ଅଂଚଳ ବହୁ ଯୁବକମାନେ ମାଓ ସଂଗଠନରେ ଯୋଗ ଓ ସେମାନଙ୍କ ମଧ୍ୟରୁ ବହୁ ଗିରଫ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅଂଚଳରେ ଏହି ଘଟଣା ହାଲକା ପଡିବା ପରେ ତେନ୍ତୁଲିବେଲାରୀ ଗ୍ରାମର ନରହରୀ ରାଉତ ଓ ପତ୍ନୀ ସରସ୍ୱତୀ ରାଉତଙ୍କ ବଡ ପୁଅ ନିଖିଲ ଓରଫ ନିରଞ୍ଜନ ରାଉତ ଓ ବୋହୂ ଇନ୍ଦୁ ଘରର ଅଭାବ ସହି ନପାରି ଘର ଛାଡି କେଉଁଆଡେ ଚାଲି ଯାଇଥିଲେ।

ବହୁ ଖୋଜାକୋଜି ପରିବାର ପକ୍ଷରୁ କରିଥିଲେ ହେଁ, ଦ୍ୱୟଙ୍କ କୌଣସି ଠିକଣା ମିଳି ନଥିଲା। କିଛି ବର୍ଷ ଅରିକ୍ରମ କରିବା ପରେ ପରିବାର ଲୋକେ ଶୁଣିବାକୁ ପାଇଲେ ଯେ, ମାଓ ସଂଗଠନରେ ଯୋଗଦେବା। ଏହାକୁ ପିତା ମାତା ଓ ପରିବାର ସଦସ୍ୟମାନେ ସହଜରେ ଗ୍ରହଣ କରୁ ନଥିଲେ ଶୁଦ୍ଧା ପୁଅ ଓ ବୋହୂଙ୍କ ଚିନ୍ତାରେ ଆଜି ପର୍ଯ୍ୟନ୍ତ ଘାଣି୍ଟ ହୋଇ ଆସୁଛନ୍ତି। ଦୀର୍ଘ ୧୬ ରୁ ୧୭ ବର୍ଷ ପରେ ପରିବାର କୋଲି ସ୍ପଷ୍ଟ ହେଲେ ଦ୍ୱୟ ମାଓବାଦୀ ପାଲଟିଥିବା। ଏହି ଘଟଣାକୁ ନେଇ ବୃଦ୍ଧବାପା ଓ ବୃଦ୍ଧା ମାଆ ଦୁଃଖରେ ଭାଙ୍ଗି ପଡିବା ସହିତ ପରିବାର ସମସ୍ତ ଉନ୍ନତି ସେମାନଙ୍କ ପାଇଁ ବନ୍ଦ ହୋଇ ଯାଇଥିବା କାନ୍ଦିକାନ୍ଦି ବୃଦ୍ଧା ମାଆ ସରସ୍ୱତୀ କୁହନ୍ତି। ସେହି ଦିନ ଠାରୁ ବୃଦ୍ଧ ପିତା ମାତା ଓ ତାଙ୍କର ସାନପୁଅ ସେହି ଭଙ୍ଗା ଘରେ ଜୀବନ ଜାପନ କର୍‌ୁଛନ୍ତି। ଏପରିକି ସାନପୁଅର ବିବାହ ବୟଷ ହୋଇ ଯାଇଥିଲେ ଶୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ ବିବାହ ଦେଇ ପାରି ନଥିବା କହିଛନ୍ତି। ଅପର ପକ୍ଷରେ ଛତିଶଗଡ ପୁଲିସର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁ ଆତ୍ମ ସମର୍ପଣ କରିବା ପାଇଁ ରଖିଥିଲେ ୪ଟି ସର୍ତ। ଦ୍ୱୟ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରୀ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡିଥିଲା। ସେ ବଂଶଧାରା, ଘୁମସର, ନାଗାବଳୀ ଡିଭିଜନର ମୁଖ୍ୟ ଲିଡର ତଥା ସିପିଆଇ ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ଭାବେ କାମ କରୁଥିବା ସୁଚନା ମିଳିଛି। ରାୟଗଡା, କଳାହାଣ୍ଡି, ବନ୍ଧମାଳ ଜିଲ୍ଲାରେ ବାଘୁନା ଡିଭିଜନରେ ସକ୍ରିୟ ରହିଛି। ୨୦୧୬ରେ ପୁଲିସ ଏନ୍ କାଉଣ୍ଟରୁ ଅଳ୍ପକେ ବର୍ତ୍ତିିର୍ ଯାଇଥିଲା ନିଖିଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking