ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବଙ୍କ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏକ ଫଟୋରେ ଅପର୍ଣ୍ଣା ତାଙ୍କ ଶ୍ୱଶୁର ମୁଲାୟମଙ୍କ ଆଶୀର୍ବାଦ ନେଉଛନ୍ତି । ଅପର୍ଣ୍ଣା ବିଜେପିରେ ଯୋଗଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ ତାଙ୍କୁ (ଅପର୍ଣ୍ଣା) ମନାଇବା ପାଇଁ ନେତାଜୀ (ମୁଲାୟମ ଯାଦବ) ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଅପର୍ଣ୍ଣା ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ।
୨୦୧୭ ବିଧାନସଭା ନିର୍ବାଚନରେ ଲକ୍ଷ୍ନୌ କ୍ୟାଣ୍ଟରୁ ସମାଜବାଦୀ ପାର୍ଟି ଟିକେଟରେ ଲଢିଥିଲେ । ହେଲେ ସେ ବିଜେପି ନେତା ରୀତା ବହୁଗୁଣାଙ୍କ ଯୋଶୀଙ୍କ ଠାରୁ ହାରିଯାଇଥିଲେ । ଏଥର ଅପର୍ଣ୍ଣାଙ୍କୁ ପାର୍ଟି ଟିକେଟ୍ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଛନ୍ତି ।
ବିଜେପିରେ ଯୋଗଦେବା ପରେ ଅପର୍ଣ୍ଣା ଯାଦବ କହିଥିଲେ “ମୁଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ। ମୋ ଚିନ୍ତାଧାରାରେ ଜାତି ସର୍ବଦା ପ୍ରଥମ ଅଟେ | ଜାତୀୟତା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।