24.1 C
Bhubaneswar
Friday, February 6, 2026
Homeଓଡିଶାରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁପମା ସ୍ଵାଇଁ ସମ୍ବର୍ଦ୍ଧିତ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁପମା ସ୍ଵାଇଁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଡିଆଇଜି (କାର୍ମିକ) ଶ୍ରୀ ଯୁଗଳ କିଶୋର ବନୋଥ, ଏଆଇଜି (ମୁଖ୍ୟାଳୟ) ଶ୍ରୀ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ମେ ମାସ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜୋର୍ଡାନର ଅମାନ ସହରଠାରେ ଏସିଆନ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅନୁପମା ଦେଶକୁ ପ୍ରତିନିଧିତ୍ଵ କରି କଣ୍ଟାକ୍ଟ (୫୨ କେଜିରୁ କମ ) ବର୍ଗରେ ରୌପ୍ୟ ପଦକ ଏବଂ ଫାଇଟିଙ୍ଗ ସିଷ୍ଟମ (୫୨ କେଜିରୁ କମ) ବର୍ଗରେ କାଂସ୍ୟ ପଦକ ଲାଭ କରି ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ବର୍ତ୍ତମାନ ଅନୁପମା ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି। ସେ ପୂର୍ବରୁ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପଦକ ବିଜୟୀ ହେବାସହ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking