ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ବର୍ଷାଙ୍କ ସ୍ପାଉସ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ରହିତାଦେଶ ସହ ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବଙ୍କୁ ନୋଟିସ ଜାରି ରହିଛି । ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ବର୍ଷାଙ୍କଠାରୁ ସ୍ପାଉସ କାର୍ଡ ଫେରାଇ ନେବାକୁ ଅନୁଭବ ସଂସଦକୁ ଜଣାଇଥିଲେ । ଏନେଇ ପାର୍ଲାମେଣ୍ଟ ସେକ୍ରେଟାରିଏଟ ପକ୍ଷରୁ ବର୍ଷାଙ୍କୁ ନୋଟିସ ହୋଇଥିଲା । ଏହାକୁ ଚାଲେଂଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।