24.1 C
Bhubaneswar
Sunday, October 20, 2024
Homeଓଡିଶାଆଣ୍ଟିସାଇକୋଟିକ୍ ଔଷଧ ହୃଦଘାତର ଆଶଙ୍କା ବୃଦ୍ଧି କରିଥାଏ : ଅଧ୍ୟୟନ

ଆଣ୍ଟିସାଇକୋଟିକ୍ ଔଷଧ ହୃଦଘାତର ଆଶଙ୍କା ବୃଦ୍ଧି କରିଥାଏ : ଅଧ୍ୟୟନ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ରୋଗୀଙ୍କ ସଂଖ୍ୟା । ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ନିକଟରେ ଔଷଧ ସହିତ ହୃଦଘାତର ସମ୍ପର୍କ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଆଣ୍ଟିସାଇକୋଟିକ୍ ଔଷଧ, କ୍ୱିଟିୟାପାଇନ୍ ଏବଂ ହେଲୋପେରିଡୋଲର ବ୍ୟବହାର ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ବୋଲି ଜଣାପଡିଛି । ଏନେଇ ରିପୋର୍ଟ ହାର୍ଟ ରିଦମ ଜର୍ନଲରେ ପ୍ରକାଶିତ ହୋଇଛି । ତେବେ ଏଭଳି ଔଷଧ ଠାରୁ ଦୂରେଇ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଆଣ୍ଟିସାଇକୋଟିକ୍ ଔଷଧ ଯୋଗୁଁ ହୃଦଘାତ ହେବାର ଆଶଙ୍କା ବୃଦ୍ଧି ଗତ ୩୦ ବର୍ଷ ଧରି ଚିନ୍ତାର କାରଣ ସାଜିଛି । ତେବେ ପୂର୍ବରୁ ଏହି ଔଷଧ ବଜାରରେ ବିକ୍ରୟ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଔଷଧ ସେବନ ଦ୍ୱାରା କାର୍ଡିୟାକ ଏରିଥମିୟା ମୁଖ୍ୟ କ୍ଲିନିକାଲ ସମସ୍ୟା ଭାବେ ଉଭା ହୋଇଛି । କାରଣ ଏହା ପ୍ରଥମେ ଏସିଡିଟି ସମସ୍ୟାକୁ ବୃଦ୍ଧି କରିଥାଏ । କିନ୍ତୁ ଜରୁରାକାଳୀନ ସ୍ଥିତିରେ ଏହାର ବ୍ୟବହାର କରାଯାଉଥିଲେ ହେଁ ଏହା ସୁରକ୍ଷିତ ବିକଳ୍ପ ନୁହେଁ ବୋଲି କୁହାଯାଇଛି । ନ୍ୟୁ ସାଉଥ ୱେଲ୍ସର ଭିକ୍ଟର ଚାଙ୍ଗ କାର୍ଡିଆକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜାମି ବେଣ୍ଡେନବର୍ଗ କହିଛନ୍ତି, ଆମେରିକା ବଜାରରେ ଉପଲବ୍ଧ ୪୧ଟି ଔଷଧ ମଧ୍ୟରୁ ୫ଟି ଆଣ୍ଚିସାଇକୋଟିକ ଔଷଧ । ଯାହା ସ୍କିଜୋଫ୍ରେନିଆ ଏବଂ ସାଇକୋସିସ୍ର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ ।

ଏହି ଔଷଧ ଖାଇବା ଦ୍ୱାରା ହଠାତ ହୃଦଘାତ ହେବାର ଆଶଙ୍କା ଦୁଇ ଗୁଣ ବୃଦ୍ଧି ପାଇଥାଏ । ଏହି ଅନୁଧ୍ୟାନ ପାଇଁ ତାଇୱାନର ଏକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କଠାରୁ ତଥ୍ୟ ହାସଲ କରାଯାଇଥିଲା । ଯେଉଁମାନେ କ୍ୱିଟିଆପାଇନ୍ କିମ୍ବା ହାଲୋପିରିଡୋଲ ଥେରାପି ପାଇଥିଲେ ସେମାନଙ୍କ ଉପରେ ଏହି ଅନୁଧ୍ୟାନ କରାଯାଇଥିଲା । ତେବେ ରିପୋର୍ଟ ଶେଷରେ କୁହାଯାଇଛି ଯେ, ଏହି ଔଷଧ ସେବନ କରୁଥିବା ରୋଗୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ । କ୍ୱିଟିୟାପାଇନ୍ ବ୍ୟବହାର ସହିତ ଜଡିତ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ସଚେତନ ହେବା ଉଚିତ୍ । ଆଣ୍ଚିସାଇକୋଟିକ ଔଷଧ ବିଶେଷ କରି ସ୍କିଜୋଫ୍ରେନିଆ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ । ସାଇକୋସିସ୍ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ଏହା ପ୍ରାୟତଃ ଆଲଜାଇମର ରୋଗୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking