25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶସରକାରୀ ଡାକ୍ତରଖାନାକୁ ଯୋଗାଇ ଦିଆଯାଉଥିବା ଆଣ୍ଟିବାୟୋଟିକରେ ମିଶୁଛି ଟାଲକମ୍ ପାଉଡ

ସରକାରୀ ଡାକ୍ତରଖାନାକୁ ଯୋଗାଇ ଦିଆଯାଉଥିବା ଆଣ୍ଟିବାୟୋଟିକରେ ମିଶୁଛି ଟାଲକମ୍ ପାଉଡ

ନୂଆଦିଲ୍ଲୀ : ନାଗପୁରର ସରକାରୀ ଡାକ୍ତରଖାନାଗୁଡ଼ିକରେ ବଣ୍ଟାଯାଇଥିବା ଆଣ୍ଟିବାୟୋଟିକ ଔଷଧ ଯେଉଁଥିରେ ଟାଲକମ୍ ପାଉଡର ମିଶାଯାଇଥିବା ଅଭିଯୋଗ ହୋଇଛି, ଅଭିଯୋଗ ଅନୁସାରେ ଗତ ବର୍ଷ ଔଷଧ ଯୋଗାଣ ମାମଲାରେ ଦାଖଲ ହୋଇଥିବା ୧୨୦୦ ପୃଷ୍ଠାର ଚାର୍ଜସିଟ୍ ପ୍ରକାଶ ପାଇଛି । ଚାର୍ଜସିଟ୍ ଅନୁଯାୟୀ, ଏହି ନକଲି ଆଣ୍ଟିବାୟୋଟିକ୍ ହରିଦ୍ୱାରର ଏକ ପ୍ରାଣୀ ଚିକିତ୍ସା ଔଷଧ ପାଇଁ ତିଆରି ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥିଲା। ଏହି ନକଲି ଔଷଧ ଗୁଡି଼କ ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡ ଡାକ୍ତରଖାନା ସମେତ ପ୍ରାୟ ସମଗ୍ର ଭାରତର ବହୁ ସହରକୁ ଯୋଗାଇ ଦିଆଯାଉଥିଲା। ତେବେ ଏହି ନକଲି ଔଷଧ ଯାହାକୁ ମୁମ୍ବାଇରୁ ଉତ୍ତରପ୍ରଦେଶର ସାହାରନପୁରକୁ ଲକ୍ଷ ଲକ୍ଷ ଟଙ୍କା ଦେଇ ହାୱାଲା ମାଧ୍ୟମରେ ପଠାଯାଉଥିଲା । ଏହି ନକଲି ଔଷଧ ଯୋଗାଣ ଓ କାରବାର ପାଇଁ ହେମନ୍ତ ମୁଲେ ନାମକ ଜଣେ ବ୍ୟକ୍ତି ମୁଖ୍ୟ ଅପରାଧୀ ଭାବରେ ପଞ୍ଜୀକୃତ ହୋଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ଏକ ଠକେଇ ମାମଲାରେ ଜେଲରେ ଥିବା ମିହିର ତ୍ରିବେଦୀ ଏବଂ ବିଜୟ ଚୌଧୁରୀଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରାଯାଇଛି। ଏହି ନକଲି ମେଡିସିନ କାରବାରର ଗୁମର ଫିଟାଇବା ପାଇଁ ପୋଲିସ ବିଜୟଙ୍କୁ ପଚରାଉଚରା କରିବାବେଳେ ବହୁ ତଥ୍ୟ ହାସଲ କରିଛି। ପରେ ବିଜୟ ଚୌଧୁରୀ ସାହାରନପୁର ସ୍ଥିତ ରବିନ୍ ତାନେଜା (ଛଦ୍ମନାମ) ଓ ହିମାଂଶୁ ଏବଂ ରମଣ ତାନେଜାଙ୍କୁ ଉକ୍ତ କାର୍ଯ୍ୟରେ ତାଙ୍କ ସହ ସହଯୋଗ କରୁଥିବା ସେ କହିଛନ୍ତି । ଆଇପିଏସ୍ ଅଧିକାରୀ ଅନିଲ ମାସ୍କେ କହିଛନ୍ତି, “ତାନେଜା ଭାଇମାନେ ଆମକୁ ଏ ସମ୍ପର୍କରେ ଖବର ଦେବା ପରେ ଆମେ ହରିଦ୍ୱାରରେ ଥିବା ଅମିତ ଧିମାନଙ୍କର ପ୍ରାଣୀ ଚିକିତ୍ସା ଲାବୋରେଟୋରୀରେ ପହଞ୍ଚିଥିଲୁ। ଉତ୍ତରାଖଣ୍ଡ ଏସଟିଏଫ ଗିରଫ ହେବା ପରେ ଧିମାନ ଜେଲରେ ଥିଲେ। ପରେ ତାଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ”
ନକଲି ଔଷଧର ମାମଲା କିପରି ଧରାଗଲା?
ଡିସେମ୍ବର ୨୦୨୩ ରେ ରାଜ୍ୟ ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ଏହି ରାକେଟକୁ ଧରିଥିଲେ, ଯେତେବେଳେ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଆଇଜିଜିଏମସିଏଚ) ର ନାଗପୁର ସିଭିଲ ସର୍ଜନ ଅଧୀନରେ ଥିବା ଔଷଧ ଦୋକାନରୁ ପ୍ରାୟ ୨୧,୬୦୦ ସିପ୍ରୋଫ୍ଲୋକ୍ସାସିନ୍ ୫୦୦ଏମଜି ଟାବଲେଟ୍ ଜବତ କରାଯାଇଥିଲା। “ନମୁନାଗୁଡିକ ପରୀକ୍ଷା ପାଇଁ ସରକାରୀ ଲାବୋରେଟୋରୀକୁ ପଠାଯାଇଥିଲା ଏବଂ ପରେ ଟାବଲେଟରେ ଔଷଧୀୟ ମୂଲ୍ୟର ସମ୍ପୂର୍ଣ୍ଣ ଅନୁପସ୍ଥିତି ଦର୍ଶାଯାଇଥିଲା। ଅନୁସନ୍ଧାନର ଉତ୍ତରରେ ଆମେ ଆଇଜିଜିଏମସିରେ ଥିବା ସରକାରୀ ଦୋକାନରେ ଚଢ଼ାଉ କରି ୨୧,୬୦୦ ଟାବଲେଟର ଏକ ଷ୍ଟକ୍ ଜବତ କରିଛୁ ବୋଲି ଏଫ୍‌ଡିଏ ସୂଚନା ଦେଇଥିଲେ । ମୂତ୍ରନଳୀ ସଂକ୍ରମଣରୁ ନିମୋନିଆ ପର୍ୟ୍ୟନ୍ତ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଟାବଲେଟ୍ ଗୁଡିକ ୨୦୨୨ ଏବଂ ୨୦୨୩ ମସିହାରେ ଜିଲ୍ଲାର ସରକାରୀ ସରକାରୀ ସିଭିଲ୍ ହସ୍ପିଟାଲରେ ବଣ୍ଟନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking