13.1 C
Bhubaneswar
Monday, December 15, 2025
Homeଓଡିଶାପାନୀୟଜଳ ପାଇଁ ଭରଷା ଅନ୍ୟ ଏକ ପଡ଼ୋଶୀ ରାଜ୍ୟ

ପାନୀୟଜଳ ପାଇଁ ଭରଷା ଅନ୍ୟ ଏକ ପଡ଼ୋଶୀ ରାଜ୍ୟ

ମୟୂରଭଞ୍ଜ : ବାଟବଣା ହୋଇଛି ଓଡିଶା ସରକାରଙ୍କ ବିକାଶ ମୂଳକ ଯୋଜନା। ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଶାସନର ଉଦ୍ୟମ ନାହିଁ ବୋଲି ଅଭିଯୋଗ। ବିକାଶର ବାହାସ୍ପଟ ନେତା ମନ୍ତ୍ରୀଙ୍କ ଭାଷଣରେ ସୀମିତ । ଯୋଜନାର ସୁଫଳ ଉପଭୋଗରୁ ବଞ୍ଚିତ ଗ୍ରାମବାସୀ । ଏଭଳି ଏକ ଗାଁ ଅଛି ଯୋଉ ଗ୍ରାମବାସୀ ଓଡ଼ିଆ ଏବଂ ଓଡ଼ିଶା ସରକାରଙ୍କ ପ୍ରଜା। ଖଜଣା ମଧ୍ୟ ଆଦାୟ କରନ୍ତି ଓଡିଶା ସରକାର। ହେଲେ ତାତି କମୁନଥିବା ବେଳେ ପାନୀୟଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗ। ମାତ୍ର ବିକାଶ ହେଉଛି ଆଉ ରାଜ୍ୟ ସରକାରଙ୍କ ବିକାଶକୁ ମାପୁଛନ୍ତି ଏହି ଗ୍ରାମର ବାସିନ୍ଦା। ବିକାଶଠୁ ଦୂରରେ ପ୍ରଶାସନର ନଜର ଆଢୁୁ ଆଳରେ ରହିଛି ଏଭଳି ଗାଁ ଯାହା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ନାଗାରାଶୋଳ ଗ୍ରାମ। ଏହି ଗାଁରେ ୩୦ ରୁ ଅଧିକ ପରିବାରର ୧୬୦ ରୁ ଉର୍ଦ୍ଧ୍ବ ଲୋକ ଜଳ କଷ୍ଟରେ ରହୁଛନ୍ତି।ପିଇବାପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସୀମାନ୍ତ ଅଞ୍ଚଳ ନାଗାରାଶୋଳ ଗାଁର ଲୋକ। ପାନୀୟଜଳ ସଂଗ୍ରହ ପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ନିର୍ଭର କରି ଜୀବନ ଅତିବାହିତ କରନ୍ତି। ପୂର୍ବର ବିଜେଡ଼ି ସରକାର ଓ ସରକାରୀ ଅଧିକାରୀଙ୍କୁ ଗୁହାରୀ କରି ଫେଲ ମାରିଛନ୍ତି ଗ୍ରାମବାସୀ। ନୂତନ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ଲୋଡିଛନ୍ତି ଗ୍ରାମବାସୀ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking