ସମ୍ବଲପୁର: ଖୋଲିଲା ରେଙ୍ଗାଳି ଜଳଭଣ୍ଡାରର ଆଉ ଏକ ଗେଟ୍ । ଜଳ ପ୍ରବାହ ବଢିବାରୁ ଖୋଲିଲା ଦ୍ୱିତୀୟ ଗେଟ୍ । ପ୍ରବେଶ କରୁଛି ୩୧୫୯.୫୨ ଘନ ମିଟର ଜଳ । ପ୍ରତି ସେକେଣ୍ଡରେ ୧୯୫୬.୩୮ ଘନ ମିଟର ଜଳ ନିଷ୍କାସିତ ହେଉଛି । ବିଭାଗ ପକ୍ଷରୁ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି । ସୂଚନାଯୋଗ୍ୟ, ସକାଳେ ଖୋଲିଥିଲା ହୀରାକୁଦ ଡ୍ୟାମର ପ୍ରଥମ ଗେଟ୍ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଥିଲା । ହୀରାକୁଦରୁ ଛଡାଯାଇଥିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପର୍ଯ୍ୟାୟକ୍ରମେ ୧୨ଟି ଗେଟ ଖୋଲା ଯିବାର ସୂଚନା ଦିଆଯାଇଥିଲା । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୯.୫୪ ଫୁଟ ଥିଲା ।









