19.1 C
Bhubaneswar
Friday, November 22, 2024
Homeଓଡିଶାକୁଆଖାଇ ନଦୀରୁ ପୁଣି ମିଳିଲା ଭାସୁଥିବା ଶବ

କୁଆଖାଇ ନଦୀରୁ ପୁଣି ମିଳିଲା ଭାସୁଥିବା ଶବ

ଭୁବନେଶ୍ୱର: ହଂସପାଳ ବ୍ରିଜ୍ ନିକଟସ୍ଥ କୁଆଖାଇ ନଦୀରୁ ପୁଣି  ଭାସୁଥିବା ଅବସ୍ଥାରେ ସନ୍ଦେହଜନକ ଭାବେ ଏକ ମୃତ ଦେହ ମିଳିଛି । ସେ ହେଲେ ଶେଖ୍ ଆସିଫ । ତାଙ୍କ ଘର ୟୁନିଟ୍‌-୩ ଅଞ୍ଚଳରେ । ତାଙ୍କ ବୟସ ୨୬ ହୋଇଥିଲା ବେଳେ ସେ ଇଲେକ୍ଟ୍ରି କାର୍ଯ୍ୟ କରନ୍ତି । ତେବେ ଆସିଫ୍ ୩ ଦିନ ହେବ ଘରକୁ ଫେରି ନ ଥିଲେ । ଏନେଇ ପରିବାରଲୋକେ ଖାରବେଳନଗର ଥାନରେ ଅଭିଯୋଗ କରିଥିଲେ । ସେ ଘରକୁ ନ ଫେରିବା ଏବଂ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମିଳିବାରୁ ଆସିଫଙ୍କୁ ହତ୍ୟା କରାଯିଥିବା  ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତିି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ନଦୀକୂଳରେ ଶବ ଭାସବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଅନ୍ୟ ପକ୍ଷରେ ମୃତକଙ୍କ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ମୁଣ୍ଡ ଏବଂ ମୁହଁରେ ପ୍ରଚଣ୍ଡ ଆଘାତ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଶବଟି କେଉଁଠୁ ଆସିଛି, ଏହା ହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏହାକ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କହିଛନ୍ତି । କୂଆଖାଇନଦୀରେ ଭାସୁଥିବା ଶବ ଏବେ ମଞ୍ଚେଶ୍ୱର ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ନା ଶବ ଚିହ୍ନଟ ହୋଇପାରୁଛି । ନା ଖୋଲି ହୋଇପାରୁଛି ମୃତ୍ୟୁର ରହସ୍ୟ । ନଦୀରେ ଭାସୁଥିବା ଶବର ମୃତ୍ୟୁ ରହସ୍ୟ ସାମ୍ନାକୁ ନ ଆସିଲେ ଅପରାଧିମାନେ ଭୁବନେଶ୍ୱରର ଏହି ସୁନ୍ଦର ନଦୀକୁ ଅପରାଧ ଘଟାଇବାର ଏକ ଉତ୍ତମ ସ୍ଥାନ ଭାବେ ବାଛି ନେବେ ବୋଲି ସ୍ଥାନୀୟଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking