18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକର୍ଣ୍ଣାଟକ ପାଇଁ କଂଗ୍ରେସର ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି: ପରିବାରର ମହିଳା ମୁଖିଆଙ୍କୁ ମାସିକ ୨୦୦୦...

କର୍ଣ୍ଣାଟକ ପାଇଁ କଂଗ୍ରେସର ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି: ପରିବାରର ମହିଳା ମୁଖିଆଙ୍କୁ ମାସିକ ୨୦୦୦ ଟଙ୍କା

ବେଙ୍ଗାଲୁରୁ : ଚଳିତବର୍ଷ ଜୁନ୍ ଆଡକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କ୍ଷମତାସୀନ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଯଦି ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ କ୍ଷମତା ଅକ୍ତିଆର କରେ, ତେବେ ପ୍ରତ୍ୟେକ ପରିବାରର ମହିଳା ମୁଖିଆଙ୍କୁ ମାସିକ ୨୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନାକୁ ‘ଗୃହଲକ୍ଷ୍ମୀ ଯୋଜନା’ ଭାବେ ନାମକରଣ କରାଯାଇଛି । ଏହି ଅର୍ଥ ସଂପୃକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯିବ । ଏଲପିଜି ସିଲିଣ୍ଡର ଏବଂ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଉଥିବାରୁ ପରିବାର ମୁଖିଆ ଏହି ଅର୍ଥରେ ସେହି ଖର୍ଚ୍ଚକୁ କିଛିମାତ୍ରାରେ ଭରଣା କରିପାରିବେ ବୋଲି କୁହାଯାଇଛି । ଏହି ଯୋଜନାରେ ରାଜ୍ୟର ୧.୫ କୋଟି ମହିଳା ଉପକୃତ ହେବେ ବୋଲି କଂଗ୍ରେସ ପକ୍ଷରୁ ଆକଳନ କରାଯାଇଛି । ସୋମବାର କର୍ଣ୍ଣାଟକ ଗସ୍ତରେ ଯାଇଥିବାବେଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ର୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଯେଉଁ ଲାଞ୍ଚ କାରବାର ଚାଲିଛି, ପ୍ରିୟଙ୍କା ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ଏଠାରେ ନିଯୁକ୍ତି ପାଇଁ ୪୦ ପ୍ରତିଶତ ଅର୍ଥ କମିଶନ ବାବଦରେ ଦେବାକୁ ପଡୁଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ କଂଗ୍ରେସ ପକ୍ଷରୁ କର୍ଣ୍ଣାଟକବାସୀଙ୍କୁ ଆଉ ଏକ ପ୍ରତିଶ୍ରୁତି ଦିଆଯାଇଥିଲା । କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସିକ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking