17.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶପାକିସ୍ତାନର ଆଉ ଏକ ଷଡଯନ୍ତ୍ର ପଣ୍ଡ

ପାକିସ୍ତାନର ଆଉ ଏକ ଷଡଯନ୍ତ୍ର ପଣ୍ଡ

ଶ୍ରୀନଗର: ପାକିସ୍ତାନର ଆଉ ଏକ ଷଡଯନ୍ତ୍ରକୁ ସୁରକ୍ଷା ବାହିନୀ ପଣ୍ଡ କରି ଦେଇଛନ୍ତି । ପୁଞ୍ଚ, ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିପାତ କରିଛନ୍ତି । ଏହି ଆତଙ୍କବାଦୀ ଆଜି ସକାଳେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଆତଙ୍କବାଦୀଙ୍କୁ ରୋକିବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ସେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ପ୍ରତିଶୋଧ ସ୍ୱରୂପ ଆତଙ୍କବାଦୀ ସଫା ହୋଇଥିଲା । କହିରଖୁଛୁ ଯେ ଚଳିତ ବର୍ଷ ଫେବୃଆରୀ ମାସରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ପରେ LoC ଉପରେ ଏହା ପ୍ରଥମ ଅନୁପ୍ରବେଶ ଉଦ୍ୟମ ଥିଲା। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେନା ନିଶ୍ଚିତ କରିବାକୁ ଚାହୁଁଛି ଯେ ନିହତ ଆତଙ୍କବାଦୀଙ୍କ ସହ ଅନ୍ୟ କୌଣସି ଆତଙ୍କବାଦୀ ନଥିଲେ ତ। ନିହତ ଆତଙ୍କବାଦୀଙ୍କ ନିକଟରୁ ଏକ AK-47 ରାଇଫଲ ମଧ୍ୟ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking