ଖୋର୍ଦ୍ଧା: ପୁଣି ଆମ ବସ ନେଲା ଜୀବନ । ଆମ ବସ ଦୁର୍ଘଟଣାରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ଗୁରୁତର ଅଛନ୍ତି । ପୁବୁସାହି ନିକଟ ବରସାହି ରାସ୍ତାରେ ଧକ୍କା ଦେଇଛି ଆମ ବସ । ବାଇକରେ ଶିଶୁକୁ ନେଇ ବାପା ମାଆ ଯିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତଜନା ସୃଷ୍ଟି ହୋଇଛି । ଶିଶୁର ମୃତ୍ୟୁକୁ ନେଇ ବାପାମାଆଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।