ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ ଘଟଣା ଘଟିଛି । ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଛି । ମୃତ ମହିଳା ଜଣକ ହେଉଛନ୍ତି ମାମା ପ୍ରଧାନ ।
ସୂଚନା ଅନୁଯାୟୀ, ଭରତପୁର ଥାନା ତେଲୁଗୁ ସାହି ଅଞ୍ଚଳରେ ସାଗର ପ୍ରଧାନ ଓ ମାମା ପ୍ରଧାନ ରହୁଥିଲେ । ସେମାନେ ପ୍ରେମ ବିବାହ କରିଥିଲେ ଏବଂ କିଛି ଦିନ ହେବ ଭୁବନେଶ୍ୱରରେ ଆସି ରହୁଥିଲେ । ତେବେ ପାରିବାରିକ କଳହ ପାଇଁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ମହିଳାଙ୍କ ମୃତଦେହ ଜବତ କରିଛି । ପୋଷ୍ଟମର୍ଟମ ପାଇଁ ପଠାଇ ସ୍ୱାମୀ ସାଗର ପ୍ରଧାନଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନାଯୋଗ୍ୟ, ଗତ ଜାନୁଆରି ମାସରେ କମିସନରେଟ ପୁଲିସ ଅନ୍ତର୍ଗତ ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିଲା ସ୍ୱାମୀ । ୪୨ ବର୍ଷୀୟ ମହିଳା ନୟାଗଡ଼ରୁ ଆସି ଏଠାରେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ ।