30.1 C
Bhubaneswar
Tuesday, February 10, 2026
Homeଓଡିଶାପୁଣି ଓ୍ୱକଫ ଝଡ଼: ସୁଲତା କହିଲେ ମୁଁ ଓ୍ୱକଫ ସପକ୍ଷରେ ଭୋଟ୍ ଦେଇଛି

ପୁଣି ଓ୍ୱକଫ ଝଡ଼: ସୁଲତା କହିଲେ ମୁଁ ଓ୍ୱକଫ ସପକ୍ଷରେ ଭୋଟ୍ ଦେଇଛି

ଭୁବନେଶ୍ୱର: ପୁଣି ତେଜିଲା ଓ୍ୱକଫ ଚର୍ଚ୍ଚା। କିଛି ଦିନ ତଳେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା କହିଥିଲେ। ଯାହା ପରେ ଉଠିଥିଲା ବିବାଦ। ବିଜେଡି ଦୁଇ ଫାଳ ହୋଇଯାଇଥିବା ଚର୍ଚ୍ଚା ହେଲା। କିଛି ଦିନ ତଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ୍ୱକଫ ବିଲ୍ ସମ୍ପର୍କରେ କାହାକୁ ଭୋଟ୍ ଦେଇଛନ୍ତି କହିବେନି ବୋଲି ମନା କରିଥିଲେ। ଏହାସହ ସେ ସସ୍ମିତ ପାତ୍ରଙ୍କ ସପକ୍ଷରେ ବାହାରିଥିଲେ। ହେଲେ ଏବେ ସୁଲତା ବି ନିଜେ କହିଛନ୍ତି ସେ ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି।

ସୁଲତା କହିଛନ୍ତି,”ମୁଁ ଓ୍ୱକଫ ସପକ୍ଷରେ ଭୋଟ୍ ଦେଇଛି। ମୋର ନେତା ବିବେକ ଅନୁମୋଦିତ ଭୋଟ୍ ଦେବାକୁ କହିଥିଲେ। ଆମେ ୪ ଜଣ ବୋଧ ହୁଏ ସପକ୍ଷରେ ଭୋଟ୍ ଦେଇଛୁ। ଜଣେ ଅନୁପସ୍ଥିତ ଥିଲେ, ୨ ଜଣ ବୋଧ ହୁଏ ବିପକ୍ଷରେ ଭୋଟ୍ ଦେଇଛନ୍ତି। ସୂଚନାନୂସାରେ, ସଂସଦରେ ଓ୍ୱକଫ ବିଲ୍ ପାରିତ ହେବା ପାଇଁ ଭୋଟ୍ ପଡିଥିଲା। ପ୍ରଥମେ ବିଜେଡି ଏହି ବିଲ ବିପକ୍ଷରେ ଭୋଟ୍ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ କହିଲେ କି, ତାଙ୍କ ନେତା ନବୀନ ପଟ୍ଟନାୟକ ନିଜ ବିବେକ ଅନୁସାରେ ଭୋଟ୍ ଦେବାକୁ କହିଛନ୍ତି।

ତେଣୁ ସେ ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେବେ। ଆଉ ସେଇଆ ବି କଲେ। ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଲେ। ଯାହା ପରେ ଆରମ୍ଭ ହେଲା ତୁମ୍ୱି ତୋଫାନ। ସସ୍ମିତଙ୍କ ବିରୋଧରେ ଉଠିଲା ସ୍ୱର।ଏପରିକି ସସ୍ମିତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ନବୀନଙ୍କ ପାଖକୁ ଚିଠି ଲେଖିଲେ ବିଜେଡିର ବରିଷ୍ଠ ନେତା। ଏହାସହ ବିଜେଡି ରାଜ୍ୟସଭା ସାଂସଦ ମୁନା ଖାନ୍ ମଧ୍ୟ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ନବୀନଙ୍କୁ ଭେଟିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking