32.1 C
Bhubaneswar
Friday, June 28, 2024
Homeବ୍ରେକୀଙ୍ଗବିବନକୁ ଅଞ୍ଜନା ଚିହ୍ନିବା ନେଇ ଚର୍ଚ୍ଚା

ବିବନକୁ ଅଞ୍ଜନା ଚିହ୍ନିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଟିଆଇ ପରେଡରେ ବିବନକୁ ଅଞ୍ଜନା ଚିହ୍ନଟ କରିଥିବା ସୂଚନା ମିଳିଛି । ସେ ବିବନକୁ ଚିହ୍ନିଥିବା ନେଇ ଗଣମାଧ୍ୟମରେ କହିଛନ୍ତି । ଘଟଣା ଦିନର ଡ୍ରାଇଭର ନୀଳକଣ୍ଠ ମଧ୍ୟ ଚିହ୍ନଟ କରିଥିବା ସୂଚନା ରହିଛି । ଝାରପଡା ଜେଲରେ ଅନୁଷ୍ଠିତ ହୋଇଥିଲା ଟିଆଇ ପରେଡ । ୨୨ ବର୍ଷ ପରେ ଟିଆଇ ପରେଡ୍ରେ ବିବନକୁ ଚିହ୍ନିବା କଷ୍ଟକର, ତଥାପି ଚିହ୍ନିବେ ବୋଲି ଅଞ୍ଜନା ପୂର୍ବରୁ କହିଥିଲେ । ଏହାସହ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ। ଆସନ୍ତାକାଲି ଓ ୫ ତାରିଖ ଦୁଇ ଦିନ ଧରି ରିମାଣ୍ଡରେ ନେଇ ଜେରା କରିବ ସିବିଆଇ। ସିବିଆଇ ନିକଟରେ ୧୯୯୯ର କଳାରାତିର ସତ ବଖାଣିବ ଅଭିଯୁକ୍ତି ବିବନ ବିଶ୍ବାଳ।

୨୨ ବର୍ଷ ପରେ ବିବନ ବିଶ୍ୱାଳର ହୋଇଛି ଟିଆଇ ପରେଡ୍। ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଝାରପଡ଼ା ଜେଲରେ ଟିଆଇ ପରେଡ୍ ହୋଇଥିଲା। ପୀଡ଼ିତା ଅଞ୍ଜନା ମିଶ୍ର ଆଜି ଜେଲକୁ ଯାଇ ଟିଆଇ ପରେଡ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ। JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ TI ପରେଡ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking