ଭୁବନେଶ୍ୱର: ପୁଣି ଉପରମୁହାଁ ସୁନା ରୁପା ଦର । ୨ ଦିନ କମିବା ପରେ ପୁଣି ବଢିଲା ସୁନା ରୂପା ଦର । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମରେ ୨୮୯୦ ଟଙ୍କା ବୃଦ୍ଧି ହୋଇଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୫୬ ହଜାର ୬ ଶହ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମରେ ୨୬୫୦ ଟଙ୍କା ବଢିଲା । ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ରହିଛି । ରୂପା କେଜି ପିଛା ୫ ହଜାର ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ୮୫ ହଜାର ହେଲା । ତେବେ ରୁପା, ସୁନା ଦର ବଢିବା ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । କେତେବେଳେ ଦର ବୃଦ୍ଧି ପାଉଛି ତ କେତେବେଳେ କମୁଛି । ଲଗାତାର କିଛି ଦିନ ଧରି ଦର କମିଥିବା ବେଳେ ଆଜି ପୁଣି ରୂପା ସୁନା ଦର ବୃଦ୍ଧି ପାଇଛି ।










