19.1 C
Bhubaneswar
Saturday, November 23, 2024
Homeଓଡିଶାପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ନାବାଳକ ନିଖୋଜ

ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ନାବାଳକ ନିଖୋଜ

ଭଦ୍ରକ : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମର ରମେଶ କୁମାର ନାୟକଙ୍କ ପୁତ୍ର ସାଇପ୍ରକାଶ ନାୟକ(୧୪) ପଶ୍ଚିମବଙ୍ଗରେ ରହୁଥିବାବେଳେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୦୧୨ ମସିହାରେ ରମେଶ ନାୟକ ପଶ୍ଚିମବଙ୍ଗ ରାଜ୍ୟର ହାୱଡା ଜିଲ୍ଲା ଅଧୀନ ଜଙ୍ଗଲପୁରସ୍ଥିତ ମୋଜ୍ ଫେସନ୍ କମ୍ପାନୀରେ ଚାକିରି କରିବା ସହିତ ଗତ ୨୦୧୬ମସିହାଠାରୁ ପରିବାର ସହିତ ରହିଆସୁଥିଲେ । ତାଙ୍କ ପୁତ୍ର ସାଇପ୍ରକାଶ ଆଲାମପୁରସ୍ଥିତ ଗୁରୁ ନାନକ ପବ୍ଲିକ୍ ସ୍କୁଲ୍‌ରେ ୮ମ ଶ୍ରେଣୀରେ ପଢ଼ନ୍ତି । ମାର୍ଚ୍ଚ ୨୫ ପୂବାର୍ହ୍ନ ୧୧ଟା ବେଳେ ସାଇ ଘରେ ରୋଷେଇ କର ମୁଁ ଆସିଲେ ଖାଇବି ବୋଲି ମାଆକୁ କହି ୧କିମି ଦୂରରେ ଥିବା ସୋଲାଭିଗା ସ୍ଥାନକୁ ବୁଲି ଯାଇଥିଲେ । ଯିବା ବେଳେ ସାଙ୍ଗରେ କୌଣସି ମୋବାଇଲ ଫୋନ୍ ନେଇନଥିଲେ ।

ଏକ ଟ୍ରାକ୍ସ ପ୍ୟାଣ୍ଟ ଓ ସବୁଜ ରଙ୍ଗର ବ୍ୟାନିୟନ ପିନ୍ଧିଥିଲେ । ଯିବାର ୧ ଘଣ୍ଟା ବିତିଯିିବା ପରେ ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡିବା ସହ କମ୍ପାନୀ କର୍ମଚାରୀମାନଙ୍କୁ ଖବର ଦେଇଥିଲେ । ଏଥିସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ଶେଷରେ ଟମ୍‌ଜୁର ଥାନାରେ ଅଭିଯୋଗ କରିଥିଲେ । ୫ଦିନ ବିତି ଯାଇଥିଲେ ମଧ୍ୟ ସାଇପ୍ରକାଶଙ୍କର କୌଣସି ଖୋଜଖବର ମିଳୁନାହିଁ । ପରିବାରଲୋକେ ଖୋଜିଖୋଜି ନୟାନ୍ତ ହୋଇପଡ଼ିଛନ୍ତି । ନିଖୋଜ୍ ସଂପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟରେ ଖବର ପ୍ରଚାରିତ ହୋଇଛି ଓ ଟମ୍‌ଜୁର ପୁଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking