25.1 C
Bhubaneswar
Saturday, February 14, 2026
Homeଓଡିଶାସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୨୩ରେ ବାତ୍ୟା

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୨୩ରେ ବାତ୍ୟା

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟା ନାଁ ‘ଦାନା’ ରଖାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ଓ ଆଉ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ଓ ଏଥିସହ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ଚେତାବନୀ ଜାରି ଜାରି ଯାଇଛି। ଆଜି ସକାଳେ ପାରାଦୀପ, ଗୋପାଳ ଓ ବାଲେଶ୍ୱର ଉପକୂଳକୁ କିଛି ମତ୍ସ୍ୟଜୀବୀ ଫେରି ଆସିଥିବା ଜଣାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି ଦେଓରଂଜନ ସିଂହ। ସେ କହିଛନ୍ତି, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି। ସମ୍ଭାବ୍ୟ ବାତ୍ୟା ଉପରେ ତୀକ୍ଷଣ ନଜର ରଖାଯାଇଛି। ୨୩ ତାରିଖରୁ ୨୫ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking