32.1 C
Bhubaneswar
Saturday, September 28, 2024
Homeଓଡିଶାବାଲେଶ୍ଵର ସହରରେ ଭାଇଚାରା, ଶାନ୍ତି ଓ ସଦଭାବ ଫେରାଇ ଆଣିବା ପାଇଁ ଜନସାଧାରଣଙ୍କୁ ନିବେଦନ

ବାଲେଶ୍ଵର ସହରରେ ଭାଇଚାରା, ଶାନ୍ତି ଓ ସଦଭାବ ଫେରାଇ ଆଣିବା ପାଇଁ ଜନସାଧାରଣଙ୍କୁ ନିବେଦନ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରେ ସଂଘ ପରିବାର ପକ୍ଷରୁ ଅଭିସନ୍ଧି ରଖି ସାଂପ୍ରଦାୟିକ ବିବାଦ ରାଜ୍ୟରେ ସୁତ୍ରପାତ କରାଯାଉଛି । ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏଥନିମନ୍ତେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ପ୍ରଥମେ କଟକରେ ଓ ଏବେ ବକ୍ରି ଇଦ୍ ପର୍ବ ପାଳନ ଅବସରରେ ବାଲେଶ୍ଵରରେ ସାଂପ୍ରଦାୟିକ ବିଦ୍ବେଷ ଏବଂ ହିଂସା ବଡ଼ାଇବା ପାଇଁ ଚକ୍ରାନ୍ତ କରାଯାଇଛି । ରାଜ୍ୟ ବିଜେପି ସରକାର ଏହାର ପୁରୋଧା ପାଲଟିଛନ୍ତି । ରାଜ୍ୟସରକାରଙ୍କର ଏହି ଭୂମିକାକୁ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳ ମାନଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବାଲେଶ୍ଵରର ବିଜେପି ସାଂସଦ ଏବଂ ବାଲେଶ୍ଵର ସଦର ବିଜେପି ବିଧାୟକଙ୍କ ଉଚ୍ଚାରଣ ଓ ଆଚରଣ ଭାଇଚାରାର ସହର ବାଲେଶ୍ଵରକୁ ବିଭାଜିତ ଓ କ୍ଷତବିକ୍ଷତ କରୁଛି । ବିଜେପି ସାଂସଦ ଓ ବିଧାୟକ ରାତି ୨ଟାରେ ବାଲେଶ୍ଵର ଟାଉନ ଥାନାରେ ବସି ଜିଲ୍ଲାପଳ, ଏସ୍‌ପି ଓ ପୋଲିସ ଅଧିକାରୀ ମାନଙ୍କ ସହ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା ବୈଠକ କରିବା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅସହାୟତାକୁ ପଦାରେ ପକାଇଛି । ସଂପୃକ୍ତ ଏମପି ଓ ବିଧାୟକଙ୍କ ଇଂଙ୍ଗିତରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କଥା ସେମାନେ ନିଜେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ସୁଚନା ଦେଉଛନ୍ତି । ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ତ୍ତ୍ୟ ବଳବତ୍ତର ଥିବା ବେଳେ ବାଲେଶ୍ଵର ସଦର ବିଧାୟକ ବିଜେପି ଦଳୀୟ ପତାକା ଲଗାଇ ରାସ୍ତାରେ ବୁଲୁଛନ୍ତି ଓ ଲୋକ ମାନଙ୍କୁ ଭେଟୁଛନ୍ତି । ପୋଲିସ କରୁଛି କ’ଣ ? ପୋଲିସ କେବଳ ବିଜେପି ଦଳର ଇସାରାରେ ରାଜନୈତିକ ବାଛବିୟର କରି ଲୋକମାନଙ୍କୁ ବାନ୍ଧୁଛି ବୋଲି ସ୍ୱାକ୍ଷର କାରୀ ନେତୃବୃନ୍ଦ ସିଧାସଳଖ ଆକ୍ଷେପ କରିଛନ୍ତି। ପ୍ରଶାସନ ଓ ପୋଲିସକୁ ପ୍ରଭାବିତକରି ସାଂପ୍ରଦାୟିକ ଦଙ୍ଗାକୁ ବ୍ୟାପକ କରିବାପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଛି । ଏହାକୁ ଦୃଢ ହସ୍ତରେ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟସରକାର ତୁରନ୍ତ ଠୋସ୍ ପଦକ୍ଷପ ନେବାକୁ ଦାବୀ କରାଯାଉଛି। ସାଂପ୍ରଦାୟିକ ତଥା ବିଭେଦକାରୀ ଶକ୍ତିମାନଙ୍କ ସାଂପ୍ରଦାୟିକ ଧୃବିକରଣ ଷଡ଼ଯନ୍ତ୍ରର ଶିକାର ନ ହେବାପଇଁ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ଓ ଜନସାଧାରଣଙ୍କୁ ବିଭିନ୍ନ ଦଳମାନଙ୍କର ନେତୃବୃନ୍ଦ ନିବେଦନ କରିଛନ୍ତି । ଉଭୟ ସଂପ୍ରଦାୟ ସଂପ୍ରୀତି ଓ ସଦ୍‌ଭାବ ବଜାୟରଖି କୁଚକ୍ରୀ ଷଡ଼ଯନ୍ତ୍ର କାରୀମାନଙ୍କ ମନ୍ଦଉଦେଶ୍ୟ ପଣ୍ଡ କାରିବାକୁ ଏହି ଦଳ ମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି । ବାଲେଶ୍ବରରେ ଶାନ୍ତି ଓ ସ୍ୱଭାବିକ ବାତାବରଣ ଶିଘ୍ର ଫେରାଇ ଆଣିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking