28.1 C
Bhubaneswar
Sunday, October 6, 2024
Homeଅପରାଧସାଙ୍ଗରେ ଖେଳାଇବାକୁ ନେଇ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ

ସାଙ୍ଗରେ ଖେଳାଇବାକୁ ନେଇ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଲଜ୍ଜା । ସାଙ୍ଗରେ ଖେଳାଇବାକୁ ନେଇ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ । ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା ଜୁନାବାଇ ଥାନା ଅଞ୍ଚଳରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି । ପରିବାର ପକ୍ଷରୁ ଏନେଇ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ଗିରଫ କରିଛି ପୋଲିସ । ଜୁନାବାଇ ଥାନା ଅଧିକାରୀ ପୁସ୍କର ସିଂ ମେହେରାଙ୍କ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୯ ତାରିଖରେ ୮ ବର୍ଷୀୟ ନାବାଳିକା ତାଙ୍କ ଘର ବାହାରେ ଖେଳୁଥିଲେ । ଏହି ସମୟରେ ଉକ୍ତ ଗ୍ରାମର ୧୨ ବର୍ଷୀୟ ଦୁଇ ନାବାଳକ ତାଙ୍କ ପାଖକୁ ଯାଇଥିଲେ । ଖେଳିବା ବାହାନାରେ ପୀଡ଼ିତା ନାବାଳିକାଙ୍କୁ ସାଙ୍ଗରେ ନେଇଥିଲେ । ଏହପରେ ଏକ କ୍ଷେତକୁ ନେଇ ତା ସହ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ନାବାଳିକାଙ୍କୁ ସେଠାରେ ଛାଡ଼ି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking