31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଅମିତ ଶାହଙ୍କୁ ବିଦ୍ୟା ମାର୍ତଣ୍ଡ ଉପାଧି

ଅମିତ ଶାହଙ୍କୁ ବିଦ୍ୟା ମାର୍ତଣ୍ଡ ଉପାଧି

ହରିଦ୍ୱାର : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଦିନିକିଆ ହରିଦ୍ୱାର ଗସ୍ତରେ ଆସି ଗୁରୁବାର ଗୁରୁକୁଳ କାଙ୍ଗଡ଼ି ବିଶ୍ୱବିଦ୍ୟାଳୟର ୧୧୩ତମ ଦୀକ୍ଷାନ୍ତ ସମାରୋହରେ ସାମିଲ ହୋଇଛନ୍ତି । ଏହି ଅବସରରେ ତାଙ୍କୁ ବିଦ୍ୟା ମାର୍ତଣ୍ଡ ଉପାଧିରେ ସମ୍ମାନିତ କରାଯାଇଥିଲା । ଏହାପରେ ସେ ଦୀକ୍ଷାନ୍ତ ସମାରୋହରେ ୧୮୨ ଛାତ୍ରଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ଅମିତ ଶାହ ପତଞ୍ଜଳି ଯୋଗପୀଠରେ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିଥିଲେ । ଆସନ୍ତା ରାମନବମୀ ବେଳକୁ ଭଗବାନ ରାମ ନିଜ ମନ୍ଦିରରେ ବିରାଜମାନ କରିସାରିଥିବେ ବୋଲି ଅମିତ ଶାହ ଛାତ୍ରମାନଙ୍କୁ ସମ୍ବୋଧିତ କରି କହିଥିଲେ । ସେ ଆହୁରି କହିଥିଲେ, ୧୦୦ ବର୍ଷ ଧରି ନିଜ ସିଦ୍ଧାନ୍ତକୁ ଅନୁସରଣ କରିଆସୁଥିବା ଗୁରୁକୁଳ କାଙ୍ଗଡ଼ି ବୈଦିକ ଶିକ୍ଷା ପରମ୍ପରାକୁ ବଞ୍ଚାଇ ରଖିଛି । ଏହା ସହିତ ଏକ ବଟବୃକ୍ଷ ପରି ଆମର ପୁରୁଣା ଶିକ୍ଷା ପଦ୍ଧତିକୁ ସାରା ବିଶ୍ୱରେ ପ୍ରସାର କରିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking