ୱାସିଂଟନ: ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ରରୁ ସଙ୍କଟ ହଟିବାର ନାମ ନେଉନାହିଁ । ସିଲିକନ୍ ଭ୍ୟାଲି ଏବଂ ସିଗ୍ନେଚର ବ୍ୟାଙ୍କ୍ ପରେ ଏବେ ପାଳିପଡ଼ିଛି ଫାଷ୍ଟ୍ ରିପବ୍ଲିକ୍ ବ୍ୟାଙ୍କ୍ର । ଏହା ବନ୍ଦହେବାର ଆଶଙ୍କା ପ୍ରକାଶପାଇଛି । ଗତ ୫ଦିନ ମଧ୍ୟରେ, ଫାଷ୍ଟ୍ ରିପବ୍ଲିକ୍ ବ୍ୟାଙ୍କ୍ର ଷ୍ଟକ୍ ୬୫.୬୧% ହ୍ରାସ ଦେଖିବାକୁ ମିଳିଥିବା ବେଳେ ବିଗତ ଏକମାସ ମଧ୍ୟରେ ୭୦.୩୦% ହ୍ରାସ ପରିଲକ୍ଷିତ ହୋଇଛି । ଏହି କାରଣରୁ ନିବେଶକମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । ରେଟିଂ ଏଜେନ୍ସି ମୁଡିସ୍ ମଧ୍ୟ ଯେଉଁ ୬ଟି ଆମେରିକୀୟ ବ୍ୟାଙ୍କ୍କୁ ଅଣ୍ଡର ରିଭ୍ୟୁ(ସମୀକ୍ଷା)ରେ ରଖିଛି, ସେଥିରେ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍ ଅନ୍ତର୍ଭୁକ୍ତ ।
ଏହା ବ୍ୟତୀତ ରେଟିଂ ଏଜେନ୍ସି ଜିଓନ୍ସ ବ୍ୟାନ୍କର୍ପୋରେସନ, ୱେଷ୍ଟର୍ଣ୍ଣ ଆଲାଏନ୍ସ ବ୍ୟାନକର୍ପ, କୋମେରିକା ଇଙ୍କ୍, ୟୁଏମ୍ବି ଫାଇନାନ୍ସିଆଲ୍ କର୍ପ ଏବଂ ଇଣ୍ଟ୍ରଷ୍ଟ ଫାଇନାନ୍ସିଆଲ୍ କର୍ପୋରେସନ୍ ପ୍ରମୁଖ ରେଟିଂରେ ଡାଉନଗ୍ରେଡ୍ କରି ଏହି ବ୍ୟାଙ୍କ୍କୁ ଅଣ୍ଡରରିଭ୍ୟୁରେ ରଖିଛି । ପୂର୍ବରୁ ସୋମବାର, ମୁଡିଜ୍ ସିଗ୍ନେଚର ବ୍ୟାଙ୍କ୍ର ଡେଟ୍ ରେଟିଂକୁ ଡାଉନ୍ଗ୍ରେଡ୍ କରି ଜଙ୍କ୍ ଟେରିଟୋରିରେ ଦର୍ଶାଇଥିଲା । ଏସମ୍ପର୍କରେ ଫାଷ୍ଟ୍ ରିପବ୍ଲିକ୍ ବ୍ୟାଙ୍କ୍ କର୍ତ୍ତୃପକ୍ଷ କହିଛନ୍ତି, ‘ବ୍ୟାଙ୍କ୍ ଚଳାଇବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ଅଛି ।’ ଅତିରିକ୍ତ ଆବଶ୍ୟକତା ପାଇଁ ଏହା ଫେଡ ଏବଂ ଜେପି ମୋର୍ଗାନ ସହିତ ହାତ ମିଳାଇଛି । ଏହାପୂର୍ବରୁ ସୋମବାର ୱେଷ୍ଟର୍ଣ୍ଣ ଆଲାଇନ୍ସ କହିଥିଲା ଯେ ବ୍ୟାଙ୍କ୍ ନିକଟରେ ୨୫ ବିଲିୟନ ଡଲାରରୁ ଅଧିକ ନଗଦ ରାଶି ଉପଲବ୍ଧ ଅଛି ।