18.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶଫେଲ୍ ହେବ ଆମେରିକାର ପ୍ଲାନ: ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇ ପାରିବ ନାହିଁ

ଫେଲ୍ ହେବ ଆମେରିକାର ପ୍ଲାନ: ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇ ପାରିବ ନାହିଁ

ୱାଶିଂଟନ୍‌: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ସାରା ଅଞ୍ଚଳ ଏବେ ଛାରଖାର ହୋଇଯାଇଛି । ଆମେରିକା ଇସ୍ରାଏଲକୁ ସମର୍ଥନ କରି ବିଭିନ୍ନ ଘାତକ ଅସ୍ତ୍ରଶସ୍ତ୍ର ସହ ଆର୍ôଥକ ପ୍ୟାକେଜ ଯୋଗେଇ ଦେଇ ଆସୁଛି । ଏନେଇ ଆମେରିକାରର ମୁସଲିମ ମହିଳା ଏମପି ଇଲହାନ ଓମାର ଏକ ବଡ ପଦକ୍ଷେପ ନେଇଛନ୍ତି । ସଂସଦରେ ଓମାର ଏକ ପ୍ରସ୍ତାବ ଆଗତ କରିବାକୁ ଯାଉଛନ୍ତି ଯାହାଦ୍ୱାରା ଆମେରିକାର ଇସ୍ରାଏଲର ପ୍ଲାନିଂରେ ବାଧା ଆସିପାରେ ।

ବାଇଡେନ ପ୍ରଶାସନ ସଂସଦରେ ଇସ୍ରାଏଲ ପାଇଁ ଘାତକ ବୋମା ଉପକରଣ ଉପଲବ୍ଧ କରିବା ପାଇଁ ମଲ୍ଟି-ମିଲିୟନ ଡଲାର ପ୍ୟାକେଜ ପ୍ରସ୍ତାବ ଆଗତ କରିଛନ୍ତି । ଏହି ପ୍ରସ୍ତାବକୁ ଅସ୍ୱୀକାର କରିବା ପାଇଁ ଓମାର ଏହି ସପ୍ତାହରେ ପ୍ରସ୍ତାବ ଆଣିବେ । ଏନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପାଇଁ ୩୨୦ମିଲିୟନ ଡଲାରର ସହାୟତା ରାଶି ଘୋଷଣା କରିଛନ୍ତି । ଏହି କ୍ୟାକେଜକୁ ରୋକିବା ପାଇଁ ଓମର ବିଲ୍ ଆଗତ କରିବେ । ଏହି ବିଲ୍ ସମର୍ଥନରେ ଡେମୋକ୍ରାଟିକ ଏମପିମାନଙ୍କର ଏକ ସମୂହ ମଧ୍ୟ ସାମିଲ ହେବେ । ଯଦି ପ୍ରତିନିଧି ସଭା ଓ ସିନେଟ୍‌ରେ ଏହି ବିଲ୍ ପାରିତ ହୋଇଯାଏ ତେବେ ଆମେରିକା ଇସ୍ରାଏଲକୁ କୌଣସି ସହାୟତା ଯୋଗାଇ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking