ୱାଶିଂଟନ: ଆମେରିକାର ପୂର୍ବତନ ୧୦୦ ମିଟର ୱାର୍ଲ୍ଡ ଚାମ୍ପିଅନ୍ ଧାବିକା ଟୋରି ବୋୱିଙ୍କର ବୁଧବାର ମାତ୍ର ୩୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ଏନେଇ ଟ୍ୱିଟର୍ ମାଧ୍ୟମରେ ତାଙ୍କ ମ୍ୟାନେଜ୍ମେଣ୍ଟ୍ କମ୍ପାନୀ ଆଇକନ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାଙ୍କର ମୃତ୍ୟୁର କାରଣ ନେଇ ଆଇକନ୍ ମ୍ୟାନେଜ୍ମେଣ୍ଟ୍ କିଛି ବି ସ୍ପଷ୍ଟ କରିନାହିଁ ।
ବୋୱି ୨୦୧୭ରେ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଟାଇଟଲ୍ ଜିତିବା ସହ ଗତ ୨୦୧୬ରେ ରିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ସ ସଂସ୍କରଣରେ ରିଲେ ସ୍ୱର୍ଣ୍ଣ ସମେତ ୩ଟି ପଦକ ହାସଲ କରିଥିଲେ । ବୋୱି ମିସିସିପିଠାରେ ଜନ୍ମଗ୍ରହଣ କରିଥିଲେ । ତେବେ ପ୍ରଥମେ ବାସ୍କେଟବଲ୍ ଖେଳୁଥିବା ବୋୱି ପରବର୍ତ୍ତୀ ସମୟରେ ଟ୍ରାକ୍ ଇଭେଣ୍ଟ୍ରେ ବେଶ୍ ସଫଳତା ଅର୍ଜନ କରିଥି