31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକଠୋର ପଦକ୍ଷେପ ନେଉଛି ଆମେରିକା! ୧୮,୦୦୦ ଭାରତୀୟଙ୍କୁ ଦେଶରୁ ବାହାର କରିବ

କଠୋର ପଦକ୍ଷେପ ନେଉଛି ଆମେରିକା! ୧୮,୦୦୦ ଭାରତୀୟଙ୍କୁ ଦେଶରୁ ବାହାର କରିବ

ୱାଶିଂଟନ୍‌: ଆମେରିକା ଏବେ ଭାରତ ପାଇଁ ଏକ ବଡ଼ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏନେଇ ପୂର୍ବରୁ ମଧ୍ୟ ରିପୋର୍ଟ ପ୍ରକାଶ ପାଇସାରିଛି। ତେବେ ସଦ୍ୟ ହସ୍ତଗତ ହୋଇଥିବା ସୂଚନାନୁସାରେ ଆମେରିକାର ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ ବିଭାଗ ଆମେରିକାରୁ ନିର୍ବାସିତ ହେବାକୁ ଥିବା ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିସାରିଛି। ତାଲିକାରେ ଆବଶ୍ୟକ ବୈଧ କାଗତପତ୍ର ନ ଥିବା ଅନେକ ବିଦେଶୀ ନାଗରିକଙ୍କୁ ଆମେରିକା ନିଜ ଦେଶରୁ ବହିଷ୍କାର କରିବ।

ତେବେ ଏହି ତାଲିକାରେ ଭାରତର ପ୍ରାୟ ୧୮,୦୦୦ ନାଗରିକ ମଧ୍ୟ ସାମିଲ ଥିବା ଜଣାପଡିଛି। ଆମେରିକା ଏବେ ଏମାନଙ୍କୁ ଯେକୌଣସି ପରିସ୍ଥିତିରେ ମଧ୍ୟ ସ୍ୱଦେଶ ପଠାଇବ। ଆମେରିକାର ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ଦ୍ୱାରା ଡିସେମ୍ବର ୧୯ରେ ପ୍ରକାଶିତ ୨୦୨୪ ଆର୍ôଥକ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷରେ ଜଣେ ପ୍ରତି ୬ ଘଣ୍ଟାରେ ଆମେରିକାରୁ ଜଣେ ଭାରତକୁ ପଠାଯାଇଥିଲା। ଆମେରିକାରୁ ପ୍ରବାସୀମାନଙ୍କୁ ବହିଷ୍କାର କରିବାର ଧାରାରେ କୌଣସି ହ୍ରାସ ଘଟିନାହିଁ, ବରଂ ବୃଦ୍ଧି ଘଟିଛି। ୨୦୨୩ ତୁଳନାରେ ୨୦୨୪ରେ ଏହି ସଂଖ୍ୟା ଅଧିକ ବୃଦ୍ଧି ପାଇଛି।

୨୦୨୩ ମସିହାରେ, ୧,୪୨,୫୮୦ ଲୋକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଥିଲା, ଯେଉଁଥିରେ ୩୭୦ଜଣ ଭାରତୀୟ ସାମିଲ ହୋଇଥିଲେ। ୨୦୨୨ମସିହାରେ ନିର୍ବାସିତ ହୋଇଥିବା ୭୧,୧୭୭ ଜଣଙ୍କ ମଧ୍ୟରୁ ୨୭୬ ଜଣ ଭାରତୀୟ ଥିଲେ। ୨୦୨୧ରେ ୫୯,୦୧୧ ନିର୍ବାସିତଙ୍କ ମଧ୍ୟରେ ୨୯୨ ଜଣ ଭାରତୀୟ ଥିଲେ। ୨୦୨୪ରେ ୧୨,୭୧,୪୮୪ ନିର୍ବାସିତଙ୍କ ମଧ୍ୟରେ ୧,୫୨୯ ଜଣ ଭାରତୀୟ ଅଛନ୍ତି। ଭାରତର କେନ୍ଦ୍ରୀୟ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ଷ ବର୍ଷ ଧରି ନିର୍ବାସିତଙ୍କ ସଂଖ୍ୟାରେ ପରିବର୍ତ୍ତନକୁ ବିଭିନ୍ନ କାରଣ ଦର୍ଶାଯାଇପାରେ। ଯେପରିକି ଆମେରିକାର ଇମିଗ୍ରେସନ ନୀତିରେ ପରିବର୍ତ୍ତନ, ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମା। ସେ କହିଛନ୍ତି ଯେ, ୨୦୨୪ରେ ସଂଖ୍ୟା ବୃଦ୍ଧି ବ୍ୟାପକ ସ୍ଥାନାନ୍ତରଣ ଧାରା ଏବଂ ଆମେରିକାରେ ଆଇନଗତ ମାନ୍ୟତା ନ ଥିବା ଲୋକଙ୍କୁ ଟାର୍ଗେଟ କରୁଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତିଫଳିତ କୁହାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking