16.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଆମେରିକା: କୋମାରେ ଭାରତୀୟ ଝିଅ

ଆମେରିକା: କୋମାରେ ଭାରତୀୟ ଝିଅ

ମୁମ୍ବାଇ: ଆମେରିକାର କାଲିଫର୍ଣ୍ଣିଆ ସହରରେ ରହୁଥିବା ୩୫ ବର୍ଷୀୟା ନୀଲମ ଶିନ୍ଦେ ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ସେଠାରେ ଏକ କାର ଧକ୍କା ଦେଇଥିଲା। କୋମା ଅବସ୍ଥାକୁ ଚାଲିଯାଇଥିବା ନୀଲମ୍‌ଙ୍କ ସେଠାକାର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଛି। ତେବେ ଝିଅର ଏପ୍ରକାର ସ୍ଥିତି ସମ୍ପର୍କରେ ଗତ ୧୬ ତାରିଖରେ ଜାଣିବା ପର ଠାରୁ ତାଙ୍କ ପରିବାର ଆମେରିକା ଯିବା ପାଇଁ ଆବଶ୍ୟକ ପଡୁଥିବା ଭିସା ପାଇବା ପାଇଁ ଏଠୁ ସେଠିକି ଦୌଡାଦୌଡି କରୁଛନ୍ତି। ମୁମ୍ବାଇର ସତାରା ଅଞ୍ଚଳର ସ୍ଥାୟୀ ବାସିନ୍ଦୀ ନୀଲମ୍‌ଙ୍କ ପରିବାର ପକ୍ଷରୁ ନୂଆଦିଲ୍ଲୀ ସ୍ଥିତି ଆମେରିକୀୟ ଦୂତାବାସରେ ବାରମ୍ବାର ଏନେଇ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ ଭିସା ସାକ୍ଷାତକାର ପାଇଁ ତାରିଖ ଦିଆଯାଉନଥିଲା।

ତେବେ ଏନେଇ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ପ୍ରସଙ୍ଗ ଉଠାଇବା ପରେ ଆମେରିକା ଦୂତାବାସ ଅଧିକାରୀ ଏଦିଗରେ ତତ୍ପରତା ଦେଖାଇଛନ୍ତି। ଆମେରିକୀୟ ପକ୍ଷ ଖୁବଶୀଘ୍ର ନୀଲମ୍‌ଙ୍କ ପରିବାରକୁ ଭିସା ପ୍ରଦାନ ପାଇଁ ଔପଚାରିକତା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛି। ନୀଲମ ଶିନ୍ଦେ ମହାରାଷ୍ଟ୍ର ସତାରାର ବାସିନ୍ଦା। ନୀଲମ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ। ସେ କାଲିଫର୍ଣ୍ଣିଆ ଷ୍ଟେଟ ୟୁନିଭରସିଟିର ୪ର୍ଥ ବର୍ଷର ଛାତ୍ରୀ ଥିଲେ। ତେବେ ୧୦ ଦିନ ପୂର୍ବେ ଏକ ସଡକ ଦୁର୍ଘଟଣାରେ ନୀଲମ୍‌ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସେବେଠାରୁ ସେ କୋମାରେ ଅଛନ୍ତି। ତାଙ୍କ ପରିବାର ଆମେରିକା ଭିଜା ପାଇବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ସାହାଯ୍ୟ ମାଗିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking