29.1 C
Bhubaneswar
Monday, June 24, 2024
Homeଓଡିଶାଛୁଟି ବାତିଲରେ ସଂଶୋଧନ

ଛୁଟି ବାତିଲରେ ସଂଶୋଧନ

ଭୁବନେଶ୍ୱର : ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା ହୋଇଥିଲା । ବର୍ତ୍ତମାନ ସେଥିରେ ସଂଶୋଧନ ହୋଇଛି । ଆବଶ୍ୟକ ପଡିଲେ ଅଫିସରମାନେ ଛୁଟି ନେଇପାରିବେ ଅବଶ୍ୟ କିନ୍ତୁ ଆବଶ୍ୟକ ପଡିଲେ ତତ୍କାଳ ଯୋଗଦେବେ ବୋଲି ସୂଚନା ରହିଛି । ଜରୁରୀ ଯୋଗାଯୋଗ ପାଇଁ ନିଜର ମୋବାଇଲ ନମ୍ବର ଆକ୍ଟିଭ ରଖିବାକୁ ପ୍ରସାଶନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା ହୋଇଥିଲା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହେଲା । ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ । ସେଥିପାଇଁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଡକ୍ୱାର୍ଟର ନଛାଡିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଯାଇଛି । କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking