36.1 C
Bhubaneswar
Sunday, April 12, 2026
Homeଓଡିଶାଆସିପାରିଲାନି ଆମ୍ବୁଲାନ୍ସ ; ଡାଲା ଅଟୋରେ ଗଲା ମୃତଦେହ

ଆସିପାରିଲାନି ଆମ୍ବୁଲାନ୍ସ ; ଡାଲା ଅଟୋରେ ଗଲା ମୃତଦେହ

ପୁରୀ: ମୃତଦେହକୁ ଅସମ୍ମାନ । ଡାଲା ଅଟୋରେ ଗଲା ମୃତଦେହ । ପାଖରେ ମେଡିକାଲ କିନ୍ତୁ ଶବ ନେବାକୁ ଆମ୍ବୁଲାନସ ବି ଆସିପାରିଲାନି । ଇଏ ହେଉଛି ଚିଲିକା ଟାପୁ ଅଂଚଳର ସ୍ବାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଭବାନୀପୁର ଗାଁରେ ରାମଳୀଳା ଦେଖିବା ସମୟରେ ଘଟିଥିଲା ଅଘଟଣ । ହନୁମାନ ଭୂମିକାରେ ଥିବା ଗୋଡାଇବାରୁ ବିଦ୍ୟୁତ ଟ୍ରାନସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭମ । ରାତିରୁ ମୃତଦେହ ପଡ଼ି ରହବା ପରେ ସକାଳୁ ବ୍ୟବେଚ୍ଛଦ ଗୃହକୁ ନେଇଥିଲା ପ୍ରଶାସନ । କିନ୍ତୁ ଅତ୍ୟନ୍ତ ବେପରୁଆ ଭାବ ଏକ ଡାଲା ଅଟୋରେ ଲଦି ଶବକୁ ନିଆଯାଇଥିଲା । ଗୋଟେ ପଟେ ଏକମାତ୍ର ପୁଅକୁ ହରାଇ ବାପା ମାଙ୍କ ଆକୁଳ ଚିତ୍କାର, ଅନ୍ୟପଟେ ପ୍ରଶାସନର ଖାମ ଖିଆଲି ମନେୋଭାବ । ଫଳରେ ମୃତଦେହକୁ ସବୁଠି ସମ୍ମାନ ମିଳୁଥିବା ବେବେଳ ଏଠି କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି । ନା ମହାପ୍ରୟାଣ ଗାଡ଼ି, ନା ମେଡ଼ିକାଲ ଟିମ ଘଟଣାସ୍ଥଳକୁ ଆସିଛନ୍ତି । ଅତ୍ୟନ୍ତ ସମ୍ବେଦନହୀନ ଭାବେ ଡାଲା ଅଟାରେ ଶବ ବ୍ୟବଚ୍ଛେଦ ଗୃହକୁ ମୃତଶରୀରକୁ ନିଆଯାଉଥିବା ଦେଖିବାକୁ ମିଳିଛି । ମୃତଦେହକୁ ଏମିତି ନିଆଯାଏ କି? ମହାପ୍ରୟାଣ ସେବା ତାହେଲେ ଆଉ କେଉଁ ସମୟରେ କାମରେ ଆସିବ? ଏମିତି କିଛି ପ୍ରଶ୍ନ ଏବେ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking