ଜଗତସିଂହପୁର: ଜଗତସିଂହପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଅଟୋ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଜଗତସିଂହପୁର – କଟକ ରାସ୍ତାର ୫୫ ନମ୍ବର ଜାତୀୟ ରାଜପଥର ଚାନ୍ଦଗଡ ନିକଟରେ ଅଟୋ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଥିଲେ । ଧକ୍କା ଏତେ ଜୋର ଥିଲା ଯେ ଅଟୋ ଗୋଟିଏ ପାଶ୍ୱର୍ରେ ପଡିଥିବା ବେଳେ ଆମ୍ବୁଲାନ୍ସଟି ଅନ୍ୟ ପାଶ୍ୱର୍ରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଅଟୋ ଚାଳକ ଜଣକ ଅଟୋ ଭିତରେ ଚାପି ହୋଇ ରହି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସେନେଇ ତଦନ୍ତ କରୁଛି ପୋଲିସ ।









