17.1 C
Bhubaneswar
Thursday, December 18, 2025
Homeଓଡିଶାଆମ୍ବୁଲାନ୍ସ ଦୁର୍ଘଟଣା : ରୋଗୀ ମୃତ

ଆମ୍ବୁଲାନ୍ସ ଦୁର୍ଘଟଣା : ରୋଗୀ ମୃତ

ଯାଜପୁର : ଗଛରେ ପିଟିହେଲା ଆମ୍ବୁଲାନ୍ସ, ରୋଗୀ ମୃତ। ତେବେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରହମପୁର ନିକଟରେଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁଯାୟୀ, ଆଜି ସକାଳେ ଆମ୍ବୁଲାନ୍ସଟି କଟକର ଏକ ଘରୋଇ ମେଡିକାଲରୁ ରୋଗୀ ନେଇ ଫେରୁଥିଲା। ବିଞ୍ଝାରପୁର ଥାନା ବରହମପୁର ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଜଣେ ରୋଗୀର ମୃତ୍ୟୁ ଘଟିଥିଲା। ଏଥିସହ ଦୁର୍ଘଟଣାରେ ରୋଗୀଙ୍କର ୩ ଜଣ ସମ୍ପର୍କୀୟ ସମେତ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking