20.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଖେଳୁଖେଳୁ ଘରେ ଥିବା ମଦ ପିଇ ଦେବାରୁ ଶିଶୁର ହେଲା ମୃତ୍ୟୁ

ଖେଳୁଖେଳୁ ଘରେ ଥିବା ମଦ ପିଇ ଦେବାରୁ ଶିଶୁର ହେଲା ମୃତ୍ୟୁ

ନୂଆଦିଲ୍ଲୀ: ବଳରାମପୁର ଜିଲ୍ଲାର ତ୍ରିକୁଣ୍ଡା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଶିଶୁ ଖେଳୁ‌ଖେଳୁ ଘରେ ଥିବା ମଦକୁ ପିଇ ଦେଇଥିଲା। ଯେଉଁ କାରଣରୁ ସେ ସବୁଦିନ ପାଇଁ ଆଖିବୁଜି ଦେଇଛି। ମୃତ ଶିଶୁର ନାମ ସରିତା ଥିବା ଜଣାପଡ଼ିଛି। ତ୍ରିକୁଣ୍ଡା ଗ୍ରାମରେ ତିନିବର୍ଷର ଶିଶୁ ଘରେ ଖେଳୁଥିଲା। ଏହି ସମୟରେ ଘ‌ରର ସଦସ୍ୟ ନିଜନିଜ କାମରେ ବ୍ୟସ୍ତ ଥିଲେ। ଏତିକି ବ‌େଳେ ସରିତା ଘରେ ଥିବା ମଦକୁ ପାଣିଭାବି ଖେଳିଥିଲା ଆଉ ପିଇ ଦେଇଥିଲା। କିଛିସମୟ ଧରି ସରିତାକୁ ଦେଖିବାକୁ ନପାଇବାରୁ ମା’ ସାବିତ୍ରୀ କାମ ଛାଡ଼ି ଘର ଭିତରକୁ ଆସି ଦେଖିଲା ବେଳକୁ ଝିଅ ସରିତା ଅଚେତ ଅବସ୍ଥାରେ ପଡ଼ିଛି। ସଙ୍ଗେସଙ୍ଗେ ସେ ତାଙ୍କ ସ୍ବାମୀଙ୍କୁ ଡାକି ଝିଅକୁ ଧରି ହସ୍ପିଟାଲ ନେଇଯାଇଥିଲେ।

ହେଲେ ଦୁଃଖର ବିଷୟ ଡାକ୍ତର ସେଠାରେ ସରିତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ସରିତା ଶରୀରରେ ଆଲକୋହଲ ଥିବା ଚିହ୍ନଟ ହୋଇଥିଲା। ଶିଶୁର ବୟସ ୩ବର୍ଷ ଥିବା ବେଳେ ତାର ଶରୀର ଖୁବ କୋମଳ। ଏଭଳି ଅବସ୍ଥାରେ ଆଲକୋହଲ ଶରୀର ଭିତରକୁ ଚାଲିଯିବାରୁ ସରିତାର ମୃତ୍ୟୁ ହୋଇଥିବା କୁହାଯାଉଛି। ସରିତାର ମା’ ସାବିତ୍ରୀ ବି ସ୍ବୀକାର କରିଛନ୍ତି କି ଝିଅକୁ ଘରୁ ଅଚେତ ଅବସ୍ଥାରେ ହସ୍ପିଟାଲ ନେବା ସମୟରେ ତାର ମୁହଁରୁ ମଦର ଦୁର୍ଗନ୍ଧ ବାହାରୁଥିଲା। ସରତାର ମୃତ୍ୟୁ ହୋଇଯାଇଥିବା ଜାଣି ମା’ ସାବିତ୍ରୀ ଓ ବାପା ଦୁଃଖ‌ରେ ଭାଙ୍ଗି ପଡ଼ିଛନ୍ତି। କିଛି ସମୟ ପୂର୍ବରୁ ହସଖୁସିରେ ଘରେ ଖେଳୁଥିବା ଝିଅ ସହିତ ଏମିତି ଏକ ଅଘଟଣ ଘଟିଯିବ ତାହା କେହି ବି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking