27.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶଆଉ ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଆଉ ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ବିଶ୍ୱର ପ୍ରମୁଖ ଟେକନଲୋଜୀ କମ୍ପାନିମାନେ ଏବେ ୨ୟ ପର୍ଯ୍ୟାୟ ଛଟେଇ ଆରମ୍ଭ କରିଦେଲେଣି । ଫେସବୁକ ପରେ ଏବେ ଇ-କମର୍ସ କମ୍ପାନି ଆମାଜନ ବି ୨ୟ ଦଫା ଛଟେଇ କରିବାକୁ ଘୋଷଣା କରିଛି । କଂପାନି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରାୟ ୯ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ । ଗତ ସପ୍ତାହରେ ଫେସବୁକର ମୂଳ କମ୍ପାନି ମେଟା ମଧ୍ୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଥିଲା । ଆମାଜନ ଏହି ଛଟେଇ ପାଇଁ ଖରାପ ଆର୍ôଥକ ସ୍ଥିତିକୁ ଦର୍ଶାଇଛି । ଦ୍ୱିତୀୟ ପର‌୍ୟ୍ୟାୟ ଛଟେଇକୁ ନେଇ ଆମାଜନ ମଧ୍ୟ ଏକ ବିବୃତି ଜାରି କରିଛି ।

ଯେଉଁ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବ ସେମାନଙ୍କୁ ଏପ୍ରିଲ ମଧ୍ୟଭାଗ ସୁଦ୍ଧା ଅବଗତ କରାଯିବ ବୋଲି ଏହି ବିବୃତିରେ କୁହାଯାଇଛି । ଏହା ପୂର୍ବରୁ ୨୦୨୩ ଜାନୁଆରୀରେ ଆମାଜନ ୧୮ ହଜାର ଲୋକଙ୍କୁ କଂପାନିରୁ ଛଟେଇ କରିଥିଲା । ଆମାଜନରେ ଦ୍ୱିତୀୟ ପର‌୍ୟ୍ୟାୟ ଛଟେଇ ସମ୍ପର୍କରେ କଂପାନିର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅର୍ଥାତ୍ ସିଇଓ ଆଣ୍ଡି ଜେସି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କମ୍ପାନୀର ବାର୍ଷିକ ଯୋଜନା ପ୍ରକ୍ରିୟା ଚଳିତ ମାସରେ ଶେଷ ହେବ ଏବଂ ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ଛଟେଇ ଆରମ୍ଭ ହେବ । ଏହା ସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀ କେତେକ ରଣନୈତିକ କ୍ଷେତ୍ରରେ ନୂତନ ନିଯୁକ୍ତି ମଧ୍ୟ ନିଯୁକ୍ତି ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking