18.1 C
Bhubaneswar
Saturday, November 23, 2024
Homeଓଡିଶାସବୁ କଲେଜରେ ଖୋଲିବ‘ଆଲୁମିନି ସେଲ୍‍’; ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ

ସବୁ କଲେଜରେ ଖୋଲିବ‘ଆଲୁମିନି ସେଲ୍‍’; ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ

ଭୁବନେଶ୍ୱର: ‘ମୋ କଲେଜ’ ଅଧୀନରେ ଥିବା ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ସେଲ’ ଖୋଲିବ । ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଅଧୟନ କରୁଥିବା ୧୦ଜଣ ବିଦ୍ୟାର୍ଥୀଙ୍କୁ ନେଇ ଏହି ସେଲ୍‌ର ସଂରଚନା ହେବ । ବିଶେଷ କରି ଏନ୍‍ଏସ୍‌ଏସ୍‌, ରେଡ୍‌କ୍ରସ୍‍ ଭଳି ବିଭାଗ ସହ ଯୋଡ଼ି ହୋଇଥିବା ବିଦ୍ୟାର୍ଥୀ ଏହାର ପ୍ରମୁଖ ପରିଚାଳନା ଦାୟିତ୍ୱ ସମ୍ଭାଳିବେ । ସେଲ୍‍ର ବିଦ୍ୟାର୍ଥୀ ସଦସ୍ୟମାନେ ସିଧାସଳଖ ‘ମୋ କଲେଜ’ ସଂଯୋଜକ ଏବଂ କଲେଜ ଅଧ୍ୟକ୍ଷ ତଥା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ କରିବେ । ବଡ଼ କଥା ହେଉଛି, ନିଜ ଶିକ୍ଷାନୁଷ୍ଠାନ ସହ ଅଧିକରୁ ଅଧିକ ଆଲୁମିନିଙ୍କୁ ଯୋଡ଼ିବା ନେଇ ଏହି ସେଲ୍‍ କାର୍ଯ୍ୟ କରିବ । ଆଲୁମିନି ମିଟ୍‍ ସହ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମରେ ମଧ୍ୟ ସେଲ୍‍ର ସହସ୍ୟମାନେ ନିଜକୁ ସାମିଲ କରିବେ ।ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ସମୁଦାୟ ୧୨ ଗୋଟି ମହାବିଦ୍ୟାଳୟରେ ଏହି ସେଲ୍‍ ଗଢ଼ା ସରିଛି । ଖୋର୍ଦ୍ଧାର ରାଜଧାନୀ କଲେଜ, ମହର୍ଷି ମହିଳା ଡିଗ୍ରୀ ମହାବିଦ୍ୟାଳୟ, କମଳା ନେହେରୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଦେବରାୟ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ୱରର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟ, କଟକର ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ସୁନ୍ଦରଗଡ଼ର ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଭଦ୍ରକର ଅଟଳ ବିହାରୀ ଡିଗ୍ରୀ କଲେଜ, ମୟୂରଭଞ୍ଜର ଲକ୍ଷ୍ମୀକାନ୍ତ ଡିଗ୍ରୀ କଲେଜ ଓ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଏବଂ କେଉଁଝରର ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ଏଥିରେ ସାମିଲ ହୋଇଛନ୍ତି । ତେବେ ଏହି ସେଲ୍‍ଗୁଡ଼ିକ ଆଲୁମିନି ମିଟ୍‍ ସହ ରକ୍ତଦାନ ଶିବିର, ଆଲୋଚନାଚକ୍ର, କର୍ମଶାଳା, ସଚେତନଧର୍ମୀ କାର୍ଯ୍ୟକ୍ରମ, ଆନ୍ତଃକଲେଜ କ୍ରୀଡ଼ା ପ୍ରତିଯୋଗିତା, ବୃକ୍ଷରୋପଣ ଭଳି ଜନସେବା କାର୍ଯ୍ୟକ୍ରମମାନ ଆୟୋଜନ କରିବେ ।ମଙ୍ଗଳବାର ବାଲେଶ୍ୱରର ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଭଦ୍ରକର ଅଟଳ ବିହାରୀ ଡିଗ୍ରୀ କଲେଜରେ ଆଲୁମିନି ମିଟ୍‍ ଆୟୋଜିତ ହୋଇଯାଇଛି । ଅଧିକରୁ ଅଧିକ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ନିଜ ଶିକ୍ଷାନୁଷ୍ଠାନର ବୈଦ୍ଧିକ ତଥା ଆର୍ଥିକ ବିକାଶରେ ସେମାନଙ୍କର ସହଭାଗୀତା ଏବଂ ‘ମୋ କଲେଜ ଅଭିଯାନ’ ଆଣିଥିବା ସୁଯୋଗ ନେଇ ‘ଆଲୁମିନି ସେଲ୍‍’ ଅବଗତ କରାଇଛି । ତେବେ ଏହି ସେଲ ଗଠନ ହେବା ଦ୍ୱାରା ବହୁ ପୁରାତନ ବିଦ୍ୟାର୍ଥୀ ନିଜର ପ୍ରିୟ କଲେଜ ଓ ବିଶ୍ୱବିଦ୍ୟାଳୟ ସହ ଯୋଡ଼ି ହୋଇପାରିବେ ଏବଂ ସେମାନଙ୍କ ସହଯୋଗରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏକ ସୁଚିନ୍ତିତ ଶିକ୍ଷା ଅନୁରାଗୀ ପରିବେଶ ସୃଷ୍ଟି ହୋଇପାରିବ ବୋଲି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking