27.1 C
Bhubaneswar
Saturday, October 19, 2024
Homeଓଡିଶାକୃଷି ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗକୁ ସମତାଳରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ...

କୃଷି ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗକୁ ସମତାଳରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ: ମନ୍ତ୍ରୀ

ଭୁବନେଶ୍ୱର: ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ଦିଗରେ ମତ୍ସ୍ୟ ଓ ପ୍ରାଣୀସମ୍‌ପଦ ବିକାଶ ବିଭାଗ କୃଷି ବିଭାଗ ସହିତ ସମତାଳରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ । ଚାଷୀଙ୍କ ଆୟବୃଦ୍ଧି ଦିଗରେ ଗୋପାଳନ, କୁକୁଡ଼ା ଚାଷର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାବେଳେ ରାଜ୍ୟ ସରକାର ପ୍ରାଣୀପାଳନ ନିମନ୍ତେ ସାଧାରଣ ଚାଷୀଙ୍କ ସମେତ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୁମିହୀନ ଚାଷୀଙ୍କ ନିମନ୍ତେ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କ୍ଷେତ୍ର ଅଧିକାରୀମାନେ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରିବା ଦିଗରେ ଅଧିକ ତତ୍ପରତା ପ୍ରକାଶ କରି ଯୋଜନାର ଲାଭ ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା କରି ହିତାଧିକାରୀମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସବ୍‌ସିଡି ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା ହିତାଧିକାରୀମାନେ ଉତ୍ସାହିତ ହେବା ସହିତ ରାଜ୍ୟରେ ଅଣ୍ଡା, ମାଂସ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ । ଏଥି ସହିତ ଗ୍ରାମାଞ୍ଚଳର ଅର୍ଥନୀତିରେ ଗୋପାଳନ, କୁକୁଡ଼ା ପାଳନ, ବତକ ଓ ଛେଳି ପାଳନ ଆଦି ବର୍ଷସାରା ଚାଷୀଙ୍କୁ ରୋଜଗାର ଦେଉଥିବାରୁ ଅଧିକରୁ ଅଧିକ ଚାଷୀ ପରିବାରକୁ ଏଥି ପ୍ରତି ଆକୃଷ୍ଟ କରାଇବା ଦିଗରେ କ୍ଷେତ୍ର ଅଧିକାରୀମାନେ ଯନିବାନ ହେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ବୈଠକରେ ଗ୍ରାମୀଣ ଘର ଅଗଣା କୁକୁଡ଼ା ପାଳନ, ୫୦୦ ଓ ୧୦୦୦ କୁକୁଡ଼ା କ୍ଷମତା ବିଶିଷ୍ଟ ବ୍ରଏଲର ଫାର୍ମ ପ୍ରତିଷ୍ଠା, ୧୦୦୦ କ୍ଷମତା ବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ପାଳନ, ସେମି କମର୍ସିଆଲ ବତକ ପାଳନ, ଓଏମ୍‌ବିଏଡିସି ଅନ୍ତର୍ଗତ ଜିଲ୍ଲା ଯୋଜନାରେ କୁକୁଡ଼ା ଓ ଛେଳି ପାଳନ ସମେତ ଗୋପାଳନ କ୍ଷେତ୍ରରେ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଏଥି ସହିତ ପ୍ରାଣୀସଂପଦର ସ୍ୱାସ୍ଥ୍ୟ ସୁରକ୍ଷା ତଥା ରୋଗନିୟନ୍ତ୍ରଣ ନିମନ୍ତେ ଟିକାକରଣ, କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଏବଂ ପ୍ରାଣୀସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଭିନ୍ନ ଯୋଜନା ଓ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ରାଜ୍ୟ ଅର୍ଥନୀତିରେ ଏହାର ଯୋଗଦାନ ବୃଦ୍ଧି କରିବା ପାଇଁ କହିଥିଲେ । ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଳାର ସିଡିଭିଓ, ଏଡିଭିଓମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking