32.1 C
Bhubaneswar
Saturday, October 19, 2024
Homeଓଡିଶାଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ

ଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ

ଭବାନୀପାଟଣା: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଅଳିଆ ଗଦାରେ ପଡ଼ିଥିବାର ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ । ହଜି ଯାଉଛି ମଣିଷ ପଣିଆ । ଯୁଗ ଯେତିକି ଆଧୁନିକତା ଆଡ଼କୁ ଗତ କରୁଛି ଠିକ ସେହି ଭଳି ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ହେଉଛି । ଆଉ ଏମିତି ଅନେକ ଶିଶୁ ଅଲୋଡ଼ା ହୋଇ କେବେ ଯେ ଅଳିଆ ଗଦାରେ ତ ଆଉ କେବେ ଅନାଥ ଆର୍ଶମରେ ମିଳୁଛନ୍ତି । ନିଜର କ୍ଷଣିକ ସୁଖ ଓ ପରକୀୟା ପ୍ରୀତି ସହ ଅନୌତିକ ସମ୍ପର୍କ ପାଇଁ ଅଲୋଡା ହେଉଛନ୍ତି ନବଜାତ ଶିଶୁ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପରିବର୍ତ୍ତନ ହେଉ ନାହିଁ ଆମ ସମାଜ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।

ମେଡିକାଲ ପରିସରରେ ଥିବା ଅଳିଆ ଗଦାରେ ପଡ଼ିଛି ନବଜାତ ଶିଶୁ ପୁତ୍ରର ମୃତଦେହ। ସୂଚନା ଅନୁଯାୟୀ ଭବାନୀପାଟଣା ଠାରେ ଥିବା ସହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ବା ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ପରିସରରେ ଥିବା ଅଳିଆ ଗଦାରେ ନବଜାତ ଶିଶୁପୁତ୍ରର ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଥିବା ବେଳେ କିଏ ଓ କାହିଁକି ଏଭଳି ଭାବରେ ନବଜାତ ଶିଶୁ ପୁତ୍ରକୁ ଅଳିଆ ଗଦାରେ ଫିଙ୍ଗି ଦେଇ ଚାଲିଯାଇଛି ତାହାର ତଦନ୍ତ କରୁଛି ଟାଉନ ଥାନା ପୋଲିସ । ସେପଟେ ମେଡିକାଲ ପରିସରରେ ଲାଗିଥିବା ସିସିଟିଭି ଫୁଟେଜର ସାହାର୍ଯ୍ୟ ନେଇ ତଦନ୍ତ କରୁଥିବା ବେଳେ ସଂପୃକ୍ତ ଅଭିଯୁକ୍ତକୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking