ନୂଆଦିଲ୍ଲୀ: ଏୟାରଲାଇନ୍ ରେଗୁଲେଟର ଡାଇରେକ୍ଟୋରେଟ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ଶୁକ୍ରବାର ଋଣରେ ବୁଡ଼ିଥିବା ଏୟାରଲାଇନ୍ ଗୋ-ଫାର୍ଷ୍ଟକୁ ପୁଣିଥରେ ଫ୍ଲାଇଟ୍ ଅପରେସନ୍ ଆରମ୍ଭ ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଡିଜିସିଏ ପକ୍ଷରୁ କୁହାଯାଇଛି, ଗୋ-ଫାର୍ଷ୍ଟ ଏୟାରଲାଇନ୍ ଦିଲ୍ଲୀ ହାଇକୋର୍ଟ ଏବଂ ଏନ୍ସିଏଲ୍ଟିରେ ଚାଲିଥିବା ମାମଲାର ଫଳାଫଳ ଆଧାରରେ ଅପରେସନ୍ ଆରମ୍ଭ କରିପାରିବ । ଅର୍ଥଭାବ ଯୋଗୁଁ ଗୋ-ଫାର୍ଷ୍ଟର ଅପରେସନ୍ ମେ’ ୩ ତାରିଖରୁ ବନ୍ଦ ରହିଛି ।