32.1 C
Bhubaneswar
Friday, October 18, 2024
Homeଅପରାଧ୬ ବର୍ଷର ଶିଶୁ ସହ ଦୁଷ୍କର୍ମ ଅଭିଯୋଗ

୬ ବର୍ଷର ଶିଶୁ ସହ ଦୁଷ୍କର୍ମ ଅଭିଯୋଗ

ଖୋର୍ଦ୍ଧା : ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଖାଇବାକୁ ଦେଇ ଡାକିନେଲା ୧୬ ବର୍ଷର ନାବାଳକ। ପରେ ମୋବାଇଲ ଦେଖାଇରେ ଅଶ୍ଳୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ୬ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟ ବରଡି ପଞ୍ଚାୟତ ଜୟନ୍ତୀ ପୁର ଗ୍ରାମରେ ଘଟିଛି। ସୂଚନା ମୁତାକ, ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅଧିନସ୍ଥ ଜୟନ୍ତୀ ପୁର ଗ୍ରାମର ଜଣେ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଲୋଭ ଦେଖାଇ ସେହି ଗ୍ରାମର ଜଣେ ୧୬ ବର୍ଷର ନାବାଳକ ତା ଘରକୁ ଡାକି ନେଇଥିଲ।

ସେଠାରେ ବିସ୍କୁଟ୍ ଖାଇବାକୁ ଦେବା ପରେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳକ ଜଣକ ଶିଶୁ ପୁତ୍ରକୁ ଦୁଷ୍କର୍ମ କରିଥିଲା। ଫଳରେ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିବାରୁ ଭୟରେ ଛାଡି ଦେଇଥିଲା ନାବାଳକ। ଶିଶୁ ପୁତ୍ରର ମଳଦ୍ୱାରରୁ ରକ୍ତସ୍ରାବ ହେବା ପରେ ଘର ଲୋକେ ଘଟଣା ସଂପର୍କରେ ପଚାରିଥିଲେ। ଏ ସମ୍ପର୍କ​‌ରେ ଶିଶୁ ପୁତ୍ର ଜଣକ ପରିବାରଲୋକଙ୍କୁ ଜଣାଇଥିଲା। ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ପୁତ୍ରର ଚିକିତ୍ସା ଗତକାଲି ବିଳମ୍ବିତ ରାତିରେ କରାଯାଇଛି। ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆଜି ପଠାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking