30.1 C
Bhubaneswar
Saturday, July 6, 2024
Homeଓଡିଶାଭସାଣିକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଭସାଣିକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ସାଲେପୁର: କାର୍ତ୍ତିକେଶ୍ୱର ଭସାଣି ଗଣ୍ଡଗୋଳକୁ କେନ୍ଦ୍ରକରି ୩ଜଣ ଯୁବକ ଜନୈକ ଯୁବକଙ୍କ ଘରେ ପହଞ୍ôଚ ତାକୁ ମାରଧର କରିବା ସହ ହତ୍ୟା କରିବାକୁ ଧମକ ଦେବାରୁ ସଂପୃକ୍ତ ଯୁବକ ଜଣକ ଭୟଭୀତ ହୋଇ ନିଜ କୋଠରୀରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ସାଲେପୁର ଥାନାରେ ମୃତ୍ୟୁବରଣ କରିଥିବା ଯୁବକର ମା’ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଛାଣିପୁର ପଞ୍ଚାୟତ ଶଙ୍କରପୁର ଗ୍ରାମରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ଭସାଣୀ ଚାଲିଥିବାବେଳେ ଉକ୍ତ ଗ୍ରାମରେ ଅଜାଘରେ ରହିଆସୁଥିବା ବାରବାରି ଗ୍ରାମର ବାପିନା କାଣ୍ଡି(୨୦) ଭସାଣି ଉତ୍ସବ ଦେଖିବାକୁ ଯାଇଥିଲା ।

କୌଣସି କାରଣରୁ ଭସାଣିରେ ବାଲିଆ ଗ୍ରାମର ସୁଶାନ୍ତ ରାଉତରାୟ, ଶଙ୍କରପୁର ଗ୍ରାମର ଚାଇନା ସେଠୀ ଓ ମଇନା ସେଠୀ ବାପିନାକୁ ମାରଧର କରିଥିଲେ । ବାପିନା ସେଠାରୁ ଘରକୁ ପଳାଇଆସିଥିବାବେଳେ ଏହି ୩ଜଣ ଯୁବକ ରାତି ପ୍ରାୟ ୧୦ଟା ସମୟରେ ନିଶାସକ୍ତ ଅବସ୍ଥାରେ ବାପିନା ଘରେ ପହଞ୍ôଚ ଗାଳିଗୁଲଜ କରିବା ସହ ଦ୍ୱିତୀୟବାର ତାକୁ ମାରଧର କରିଥିଲେ । ଏଥିରେ ଭୟଭୀତ ହୋଇ ବାପିନା ନିଜ ଘରେ ଏକ ଶାଢ଼ୀରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତା’ର ମା’ କୁନୁ କାଣ୍ଡି ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ପୁଅର ମୃତ୍ୟୁପାଇଁ ଏହି ୩ଜଣ ଯୁବକ ଦାୟୀ ବୋଲି ସେ ପ୍ରକାଶ କରିଛନ୍ତି । ସାଲେପୁର ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking