27.1 C
Bhubaneswar
Saturday, June 22, 2024
Homeଓଡିଶାନିଟ୍ (ୟୁଜି) ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ; ସ୍ପଷ୍ଟୀକରଣ ରଖିଲେ ଏନ୍‌ଟିଏ ମହାନିର୍ଦ୍ଦେଶକ

ନିଟ୍ (ୟୁଜି) ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ; ସ୍ପଷ୍ଟୀକରଣ ରଖିଲେ ଏନ୍‌ଟିଏ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ନିଟ୍‌(ୟୁଜି) ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ଶନିବାର ସ୍ପଷ୍ଟ ଦେଇଛନ୍ତି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ମହାନିର୍ଦ୍ଦେଶକ ସୁବୋଧ କୁମାର । ସ୍ପଷ୍ଟୀକରଣରେ ଶ୍ରୀ କୁମାର ସମସ୍ତ ପ୍ରକାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୁବୋଧ କୁମାର କହିଛନ୍ତି, ୨୪ ଲକ୍ଷ ଆଶାୟୀଙ୍କ ମଧ୍ୟରୁ କେବଳ ୧୬୦୦ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି । ଏହି ୧୬୦୦ ପରୀକ୍ଷାର୍ଥୀ ହିଁ ଅଭିଯୋଗ କରିଛନ୍ତି । ପରୀକ୍ଷାର ଅଖଣ୍ଡତା ଦେଶର କୌଣସି ବି ସ୍ଥାନରେ ବୁଝାମଣା ହୋଇନାହିଁ । ଆମେ ଆମର ବ୍ୟବସ୍ଥାକୁ ବିଶ୍ଲେଷଣ କରିଛୁ ଓ କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିଲା ବୋଲି ଜାଣିବାକୁ ପାଇଛୁ । ଏଦିଗରେ ଏହି ପରୀକ୍ଷାର୍ଥୀଙ୍କ ଫଳାଫଳ ପୁନଃ ଯାଞ୍ଚ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି । ନିଟ୍ (ୟୁଜି) ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ / ଉପସ୍ଥାପନାକୁ ପୁଙ୍ଖାନୁପୁଙ୍ଖ ଭାବେ ନୀରିକ୍ଷଣ କରିବା ଏବଂ ଏସବୁ ସମସ୍ୟା ଉପରେ ସମାଧାନ ସମ୍ବଳିତ ସୁପାରିଶ ଦାଖଲ କରିବା ପାଇଁ ଏନ୍‌ଟିଏ ଦ୍ୱାରା ପରୀକ୍ଷା ଏବଂ ଏକାଡେମିକ୍ ବିଶେଷଜ୍ଞଙ୍କୁ ନେଇ ଏକ ଅଭିଯୋଗ ସମାଧାନ କମିଟି (ଜିଆର୍‌ସି) ଗଠନ କରାଯାଇଛି । ତେବେ ଜିଆର୍‌ସି କର୍ମକର୍ତ୍ତାଙ୍କ ସୁପାରିଶ ଆଧାରରେ ପ୍ରାର୍ଥୀଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଏନ୍‌ଟିଏ କୋର୍ଟରେ ନିଜ ପକ୍ଷ ଦାଖଲ ଦାଖଲ କରିସାରିଥିବା ସୁବୋଧ କୁମାର କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବାକୁ ଯାଇ ଏନ୍‌ଟିଏ ମୁଖ୍ୟ କହିଛନ୍ତି ଯେ, ଏଜେନ୍ସିରେ ଥିବା ଅଧିକାରୀମାନେ ସବୁକଥାକୁ ବିଶ୍ଲେଷଣ କରିଛନ୍ତି ଓ ଜାଣିବାକୁ ପାଇଛନ୍ତି ଯେ, ସବୁ ବିବାଦ/ସମସ୍ୟା କେବଳ ୬ଟି ପରୀକ୍ଷା କେନ୍ଦ୍ରରେ ସୀମିତ । ସେହିପରି ନିଟ୍ (ୟୁଜି)-୨୦୨୪ ପରୀକ୍ଷା ସମ୍ପର୍କୀତ ସୂଚନା ବୁଲେଟିନ୍‌ରେ ପୂର୍ବ ଘୋଷିତ ୧୪ ଜୁନ୍‌, ୨୦୨୪ ପରିବର୍ତ୍ତେ ୪ ଜୁନ୍‌, ୨୦୨୪ରେ ନିଟ୍ (ୟୁଜି) ଫଳାଫଳ ଘୋଷଣା ବିଷୟରେ, ସେ ମତବ୍ୟକ୍ତ କରି କହିଛନ୍ତି ଯେ, ନିଟ୍ (ୟୁଜି)-୨୦୨୪ ପରୀକ୍ଷା ଫଳାଫଳ, ଜୁନ୍ ୪ ଜୁନ୍ ସୁଦ୍ଧା ପ୍ରସ୍ତୁତ ହୋଇସାରିଥିବାରୁ ଏବଂ ଫଳାଫଳ ଘୋଷଣାକୁ ଅଧିକ  ବିଳମ୍ବ କରିବାର କୌଣସି ପ୍ରାସଙ୍ଗିକତା ନଥିବାରୁ ଧାର୍ଯ୍ୟ ତାରିଖର ୧୦ ଦିନ ପୂର୍ବରୁ ଫଳାଫଳ ଘୋଷଣା କରାଯାଇଛି । ଏହାକୁ ନେଇ ବିବାଦ ସୃଷ୍ଟି ହେବା ଉଚିତ୍ ନୁହେଁ । ଅନ୍ୟପକ୍ଷେ ଅଧିକ ସଂଖ୍ୟକ ସର୍ବାଧିକ ସ୍କୋର (୭୨୦/୭୨୦) ହାସଲକାରୀ ପ୍ରାର୍ଥୀଙ୍କ ସମ୍ପର୍କରେ, ଏନ୍‌ଟିଏ ଦର୍ଶାଇଛି ଯେ, ଚଳିତ ବର୍ଷ ପୂର୍ଣ୍ଣ ମାର୍କ (୭୨୦) ସ୍କୋର କରିଥିବା ମୋଟ୍ ୬୭ ଜଣ ପ୍ରାର୍ଥୀ ଅଛନ୍ତି । ଯଦିଓ ଏହି ୬୭ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ଜଣ କେବଳ ଗୋଟିଏ ପଦାର୍ଥ ବିଜ୍ଞାନ ଇଦ୍ଭଗ୍ଦଙ୍ଗରକ୍ସ କରଚ୍ଚର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି ଯେଉଁଥିପାଇଁ ପ୍ରଶ୍ନର ଦୁଇଟି ବିକଳ୍ପ ଉତ୍ତରକୁ ସଠିକ୍ ଉତ୍ତର ଭାବେ ବିବେଚନା କରାଯାଇଛି ।
ପଞ୍ଜାବ-ହରିଆଣା ହାଇକୋର୍ଟ ସମେତ ଦିଲ୍ଲୀ ଏବଂ ଛତିଶଗଡ଼ ହାଇକୋର୍ଟରେ ମଧ୍ୟ ନିଟ୍ (ୟୁଜି) ଆଶାୟୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ସମ୍ପର୍କରେ ଏନ୍‌ଟିଏ ଭଲଭାବେ ଅବଗତ ରହିଛି ବୋଲି ଏନ୍‌ଟିଏ ଦର୍ଶାଇଛି । ମେ’ ୫ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ନିଟ୍ (ୟୁଜି) ପରୀକ୍ଷା ସମୟରେ କେତେକ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଳମ୍ବକୁ ନେଇ ଆଶାୟୀମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗକାରୀ ପରୀକ୍ଷାର୍ଥୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି, ସେମାନେ ଏସବୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ପୂର୍ଣ୍ଣ ସମୟ (୩ ଘଣ୍ଟା ୨୦ମିନିଟ୍‌) ନ ପାଇପାରିବା ପଛର କେତେକ କାରଣ ମଧ୍ୟରେ ପ୍ରଶ୍ନପତ୍ର ବଣ୍ଟନର ଭୁଲ୍ ବିତରଣ ପ୍ରକ୍ରିୟା, ଖରାପ ହୋଇଯାଇଥିବା ଙଗଜ ଝଷରରଗ୍ଧ (ଉତ୍ତର ପତ୍ର) ଇତ୍ୟାଦି ରହିଛି । ସଂପୃକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକର କାର୍ଯ୍ୟକର୍ତ୍ତାଙ୍କ ବାସ୍ତବ ରିପୋର୍ଟ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଜିଆର୍‌ସି କାର୍ଯ୍ୟକର୍ତ୍ତା ପ୍ରାର୍ଥୀଙ୍କ ଅଭିଯୋଗ / ଉପସ୍ଥାପନାକୁ ବିଚାର କରିଛି । କମିଟି ପକ୍ଷରୁ ପରୀକ୍ଷା ସମୟରେ ହୋଇଥିବା ବିଳମ୍ବ ସମ୍ପର୍କରେ ଆକଳନ କରାଯାଇଥିଲା । ମାନ୍ୟବର ଆପେକ୍ସ କୋର୍ଟଙ୍କ ଦ୍ୱାରା ତା୧୩.୦୬.୨୦୧୮ରିଖରେ ଦିଆଯାଇଥିବା ରାୟରେ ବ୍ୟବହୃତ ଫର୍ମୁଲା/ ସୂତ୍ର ଅନୁଯାୟୀ, ଏହି ଅଭିଯୋଗକାରୀ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ଉତ୍ତର ଦେବାର ଦକ୍ଷତା ଏବଂ ବିଳମ୍ବିତ ସମୟ ଆଧାରରେ କ୍ଷତିପୂରଣ ଭାବେ ଗ୍ରେସ୍ ମାର୍କ (ଅତିରିକ୍ତ ମାର୍କ) ପ୍ରଦାନ କରାଯାଇଛି ବୋଲି ସୁବୋଧ କୁମାର କହିଛନ୍ତି ।
ପ୍ରକାଶ, ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଗତ ୫ ମେ’ ୨୦୨୪ରେ ଦେଶର ୫୭୧ ସହର (ବିଦେଶର ୧୪ଟି ସହର ସମେତ)ର ୪୭୫୦ କେନ୍ଦ୍ରରେ ନିଟ୍ (ୟୁଜି)-୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମେ’ ଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଜାତୀୟସ୍ତରରେ ଏହି ନିଟ୍ (ୟୁଜି) ପରୀକ୍ଷାକୁ ପରିଚାଳନା କରିଆସୁଛି । ଦେଶବ୍ୟାପୀ ରହିଥିବା ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନ (କଲେଜ୍‌)ଗୁଡ଼ିକରେ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ (ଏମ୍‌ବିବିଏସ୍‌, ବିଡିଏସ୍ ଇତ୍ୟାଦି)ରେ ଆଡମିଶନ୍ (ନାମଲେଖା) ପାଇଁ ଏକକ ପ୍ରବେଶ ତଥା ଯୋଗ୍ୟତା ପରୀକ୍ଷା ଭାବେ ଏହି ପରୀକ୍ଷା କରାଇଥାଏ । କିନ୍ତୁ ଚଳିତ ଥର ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି ।
ଫଳାଫଳ ଘୋଷଣା ହେବା ପର ଠାରୁ, ଅପ୍ରତ୍ୟାଶିତ ସର୍ବୋଚ୍ଚ କଟ୍ ଅଫ୍ ସ୍କୋର୍‌, କ୍ଷତିପୂରଣ ମାର୍କ ଏବଂ ସର୍ବଶ୍ରେଷ୍ଠ ସ୍କୋର ହାସଲକାରୀ ପ୍ରାର୍ଥୀଙ୍କ ସଂଖ୍ୟା (୭୨୦/୭୨୦)କୁ ନେଇ ଚିନ୍ତା ବଢ଼ିଚାଲିଛି । ଏତଦ୍‌ବ୍ୟତୀତ କେବଳ ଗୋଟିଏ କେନ୍ଦ୍ରରେ ୮ଜଣ ଟପ୍ପର ହେବା (୬ଜଣ ୭୨୦ ସ୍କୋର ହାସଲ କରିଥିବା ବେଳେ ଅନ୍ୟ ୨ଜଣ ଯଥାକ୍ରମେ ୭୧୮, ୭୧୯ ସ୍କୋର କରିବା) ଅଧିକ ଚିନ୍ତାଜନକ ବିଷୟ ପାଲଟିଛି । ଅର୍ଥାତ୍ ଏହି ସମସ୍ତ ୮ ନିଟ୍ (ୟୁଜି) ଆଶାୟୀ, କେବଳ ଏହି ଗୋଟିଏ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା  ପଛର କାରଣକୁ ମଧ୍ୟ ବିଚାର କରାଯାଉଛି । ସେହିପରି ଫଳାଫଳ ଘୋଷଣାର ସମୟକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଉଛି । କାରଣ ଜୁନ୍ ୪ ତାରିଖରେ ଦେଶବ୍ୟାପୀ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ସଂଯୋଗବଶତଃ ନିଟ୍ (ୟୁଜି)-୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି । ସୁତରାଂ ଏନ୍‌ଟିଏ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ ନିଟ୍ (ୟୁଜି)-୨୦୨୪ ପରୀକ୍ଷା ଫଳାଫଳ ଘୋଷଣା (ଆଗୁଆ ଫଳାଫଳ ଘୋଷଣା) କରାଯାଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking